Site icon ଆଜିକାଲି

ବାଂଲାଦେଶରେ ଥିବା ଭାରତୀୟ ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଭାରତ ଗଠନ କଲା କମିଟି

ନୂଆଦିଲ୍ଲୀ : ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅଶାନ୍ତ ହୋଇପଡ଼ିଥିବା ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ଆକ୍ରମଣ କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି। ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ ଏହି କମିଟି ଗଠନ କରାଯାଇଛି। ତା’ସହିତ ବାଂଲାଦେଶରେ ବସବାସ କରୁଥିବା ଭାରତୀୟ ଓ ସଂଖ୍ୟାଲଘୁଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବ ଏହି କମିଟି।

କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତ-ବାଂଲାଦେଶ ସୀମା (IBB)ର ସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କରାଯାଇଛି। ଏହି କମିଟି ବାଂଲାଦେଶରେ ଥିବା ସେମାନଙ୍କ ପ୍ରତିପକ୍ଷ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ରକ୍ଷା କରି ସେଠାରେ ବସବାସ କରୁଥିବା ଭାରତୀୟ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବ। ସରକାରଙ୍କ ପକ୍ଷରୁ ଗଠିତ କମିଟିର ନେତୃତ୍ୱ ନେବେ ବିଏସ୍‌ଏଫ୍‌ର ଇର୍ଷ୍ଟନ କମାଣ୍ଡର ଏଡିଜି।

Exit mobile version