Site icon ଆଜିକାଲି

ୟୁକ୍ରେନ ଅଞ୍ଚଳ ଦଖଲ ନେଇ ରୁଷ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଗୃହୀତ, ନିବୃତ୍ତ ରହିଲା ଭାରତ

ୟୁଏନଜିଏ: ରୁଷ୍ ଦ୍ବାରା ୟୁକ୍ରେନର ଚାରିଟି ଅଞ୍ଚଳ ଦଖଲକୁ ବିରୋଧ କରି ମିଳିତ ଜାତିସଂଘର ସାଧାରଣ ସଭାରେ (ୟୁଏନଜିଏ) ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି । ମୋଟ ୧୪୩ ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବାବେଳେ ପାଞ୍ଚଟି ଦେଶ ଏହା ବିରୋଧରେ ଭୋଟ୍ ଦେଇଥିଲେ । ଭାରତ ସମେତ ୩୫ରୁ ଅଧିକ ସଦସ୍ୟ ରାଷ୍ଟ୍ର ଏହି ପ୍ରସ୍ତାବରୁ ଦୂରେଇ ରହି ଭୋଟିଂରେ ଭାଗ ନେଇ ନଥିଲେ। ରୁଷ କିଛି ଦିନ ତଳେ ସୁରକ୍ଷା ପରିଷଦରେ ସମାନ ପ୍ରସ୍ତାବକୁ ଭିଟୋ କରିଦେଇଥିଲା ।

ରୁଷ ବିରୋଧରେ ନିନ୍ଦା ପ୍ରସ୍ତାବ ପାରିତ ହେବାପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପ୍ରତିକ୍ରିୟା ରଖିଛନ୍ତି । ସେ ଟୁଇଟ୍ କରି ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇ ୟୁକ୍ରେନର କ୍ଷେତ୍ରୀୟ ଅଖଣ୍ଡତାକୁ ସମର୍ଥନ ପାଇଁ ୧୪୩ଟି ରାଷ୍ଟ୍ର ପ୍ରତି କୃତଜ୍ଞତା ଜଣାଇଛନ୍ତି।”

ମିଳିତ ଜାତିସଂଘର ସାଧାରଣ ସଭାରେ ସୋମବାର (ଅକ୍ଟୋବର ୧୦) ଭାରତ ରୁଷକୁ ଏକ ବଡ଼ ଝଟକା ଦେଇଥିଲା । ଗୁପ୍ତ ମତଦାନ ପାଇଁ ପୁଟିନଙ୍କ ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା। ବାସ୍ତବରେ ୟୁକ୍ରେନର ଚାରୋଟି ଅଞ୍ଚଳକୁ ବେଆଇନ ଦଖଲ ପାଇଁ ରୁଷ ବିରୋଧରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ଚିଠା ପ୍ରସ୍ତାବ ଅଣାଯାଇଥିଲା। ଅନ୍ୟପକ୍ଷରେ କ୍ରିମିଆ ବ୍ରିଜ୍ ବିସ୍ଫୋରଣ ପରେ ଏହି ସପ୍ତାହରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଫଳସ୍ୱରୂପ, ରୁଷ ଗତ କିଛି ଦିନ ଧରି ୟୁକ୍ରେନ ବିରୋଧରେ ଏୟାର ଷ୍ଟ୍ରାଇକ୍ ଜୋରଦାର କରିଛି। ଗତକାଲି ମଧ୍ୟ ୟୁକ୍ରେନ ରାଜଧାନୀ କିଭ୍ ଉପରେ ରୁଷ୍ ଘନଘନ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା ଏବଂ ଦିନସାରା ସତର୍କ ସାଇରନ୍ ଶୁଣିବାକୁ ମିଳିଥିଲା।

Exit mobile version