Site icon ଆଜିକାଲି

ଜାତିସଂଘର ମାନବ ବିକାଶ ସୂଚକାଙ୍କରେ ୧୩୨ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ: ଜାତିସଂଘର ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ବାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମାନବ ବିକାଶ ସୂଚକାଙ୍କ(ଏଚଡିଆଇ)ରେ ଭାରତର ମାନ୍ୟତା ହ୍ରାସ ପାଇଛି । ୧୯୧ ଦେଶ ମଧ୍ୟରୁ ଭାରତ ଏହି ତାଲିକାରେ ୧୩୨ତମ ସ୍ଥାନକୁ ଖସି ଆସିଛି। ଭାରତର ଏଚଡିଆଇ ଅଙ୍କ ହେଉଛି ୦.୬୩୩୩ ଯାହା ଦେଶକୁ ମଧ୍ୟମ ମାନବ ବିକାଶ ବର୍ଗରେ ସ୍ଥାନିତ କରିଛି । ଭାରତର ପଏଣ୍ଟ ଗତ ଥର (୦.୬୪୫) ଅପେକ୍ଷା କମ୍ ରହିଛି । ୨୦୨୦ ମାନବ ବିକାଶ ସୂଚକାଙ୍କରେ ୧୮୯ଟି ଦେଶ ମଧ୍ୟରୁ ଭାରତ ୧୩୧ ତମ ସ୍ଥାନରେ ଥିଲା |

ରିପୋର୍ଟରେ କୁହାଯାଇଛି ଯେ ଏଚଡିଆଇ ମୂଲ୍ୟ ହ୍ରାସ କେବଳ ଭାରତ ନୁହେଁ ବରଂ ବିଶ୍ବବ୍ୟାପୀ ରେକର୍ଡ କରାଯାଇଛି । ଏହାର ମୁଖ୍ୟ କାରଣ ହେଉଛି ହାରାହାରି ଆୟୁ (୬୯.୭ ରୁ ୬୭.୨ ବର୍ଷ)ରେ ହ୍ରାସ ଘଟିବା ।

ମାନବ ବିକାଶରେ ତିନୋଟି ମୁଖ୍ୟ କ୍ଷେତ୍ରରେ ଅଗ୍ରଗତିର ଆକଳନ କରାଯାଏ । ଏହି ତିନି କ୍ଷେତ୍ର ହେଉଛି ଦୀର୍ଘ ତଥା ସୁସ୍ଥ ଜୀବନ, ଶିକ୍ଷା ଓ ଜୀବନଶୈଳୀ | ଏହି ତିନି କ୍ଷେତ୍ରର ବିକାଶ ୪ଟି ସୂଚକ – ଜନ୍ମ ସମୟରେ ଆୟୁଷ, ହାରାହାରି ସ୍କୁଲ ବର୍ଷ, ଆକାଂକ୍ଷିତ ସ୍କୁଲ ବର୍ଷ ଏବଂ ମୁଣ୍ଡପିଛା ମୋଟ ଜାତୀୟ ଆୟ ମାଧ୍ୟମରେ ଗଣନା କରାଯାଏ |

Exit mobile version