Site icon ଆଜିକାଲି

ଇଣ୍ଟରନେଟ୍ ସେବା ବନ୍ଦ କରିବାରେ ଭାରତ ପୁଣି ବିଶ୍ୱରେ ଏକ ନମ୍ବର

ନୂଆଦିଲ୍ଲୀ: ଇଣ୍ଟରନେଟ୍ ସେବା ବନ୍ଦ କରିବାରେ ଲଗାତାର ପଞ୍ଚମ ବର୍ଷ ପାଇଁ ଭାରତ ବିଶ୍ଵରେ ପ୍ରଥମ ସ୍ଥାନ ଅଧିକାର କରିଛି । ଇଣ୍ଟରନେଟ୍ କଟକଣା ନେଇ ଜାରି ଏକ ଗ୍ଲୋବାଲ ର଼୍ୟାଙ୍କିଙ୍ଗ୍ ରିପୋର୍ଟରେ ଏଥର ମଧ୍ୟ ସର୍ବାଗ୍ରେ ରହିଛି ଭାରତ। ଇଣ୍ଟରନେଟ୍ ଆଡଭୋକେଟୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ‘ଆକ୍ସେସ୍ ନାଓ ଏଣ୍ଡ୍ କିପ୍ ଇଟନାଓ୍ବ’ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଭାରତରେ ସର୍ବାଧିକ ଥର ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଥିଲା। ରିପୋର୍ଟ ଅନୁଯାୟୀ, ବିରୋଧ ପ୍ରଦର୍ଶନ, ପରୀକ୍ଷା ଏବଂ ନିର୍ବାଚନ ସହ ଅନ୍ୟ କେତେକ କାରଣରୁ ଭାରତ ସରକାର ଇଣ୍ଟରନେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ ମୁତାବକ ୨୦୧୬ ମସିହାରୁ ସାରା ବିଶ୍ୱରେ ଇଣ୍ଟରନେଟ୍ ବନ୍ଦ ସଂକ୍ରାନ୍ତ ମୋଟ ମାମଲାର କେବଳ ୫୮ ପ୍ରତିଶତ ଭାରତରେ ହିଁ ରିପୋର୍ଟ କରାଯାଇଛି । ଗତ ବର୍ଷ ୨୦୨୨ରେ ବିଶ୍ୱରେ ମୋଟ ୧୮୭ଟି ଇଣ୍ଟରନେଟ୍ ସଟଡାଉନ୍ ମାମଲା ରିପୋର୍ଟ ହୋଇଥିଲା। ସେଥିମଧ୍ୟରୁ ୮୪ଟି ମାମଲା ଭାରତରେ ରିପୋର୍ଟ ହୋଇଥିଲା। ସେହିପରି ୨୦୨୨ ମସିହାରେ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ସର୍ବାଧିକ ୪୯ ଥର ଇଣ୍ଟରନେଟ୍ ବନ୍ଦ କରାଯାଇଥିଲା। ଜମ୍ମୁ-କାଶ୍ମୀରରେ ୨୦୨୨ରେ ଜାନୁଆରୀରୁ ଫେବୃଆରୀ ମଧ୍ୟରେ ଅର୍ଥାତ ଦୁଇ ମାସ ମଧ୍ୟରେ ୧୬ ଥର ଇଣ୍ଟରନେଟ୍ କଟକଣା ଲାଗିଥିଲା | ଏବଂ ରାଜସ୍ଥାନରେ ବିଭିନ୍ନ ସମୟରେ ଇଣ୍ଟରନେଟ୍ ୧୨ ଥର ବନ୍ଦ ଇଣ୍ଟରନେଟ୍ ସଟଡାଉନ୍ ହୋଇଥିଲା | ପଶ୍ଚିମବଙ୍ଗରେ ୭ ଥର ଇଣ୍ଟରନେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦିଲ୍ଲୀରେ ଚାଷୀ ଆନ୍ଦୋଳନ ବେଳେ ଭାରତରେ ସବୁଠୁ ଅଧିକ ସମୟ ଇଣ୍ଟରନେଟ୍ ବନ୍ଦ କରାଯାଇଥିଲା । ସେହି ବର୍ଷ (୨୦୨୧) ଭାରତରେ ୧୧୫୭ ଘଣ୍ଟା ଇଣ୍ଟରନେଟ୍ ବନ୍ଦ ରହିଥିଲା ।

Exit mobile version