Site icon ଆଜିକାଲି

ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ନେତୃତ୍ବପୂର୍ଣ୍ଣ ସ୍ଥିତି ଆଡ଼କୁ ଅଗ୍ରସର ହେଉଛି ଭାରତ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭାରତୀୟ ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି ଯେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଦେଶ ବର୍ତ୍ତମାନ ଆମଦାନୀ କରୁଥିବା ଉଚ୍ଚସ୍ତରୀୟ ଜ୍ଞାନକୌଶଳକୁ ସ୍ୱଦେଶୀ ଭାବରେ ବିକଶିତ କରନ୍ତୁ। କାନପୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୬୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନର ମୁଖ୍ୟ ଚାଳକ ଭାବରେ ଟେକ୍ନୋଲୋଜି ଉପରେ ଆଲୋକପାତ କରିଥିଲେ ଏବଂ ଭୂ-ରାଜନୈତିକ ଫାଇଦା ପାଇଁ ଦେଶଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି କ୍ଷେତ୍ରରେ ଦକ୍ଷତା ହାସଲ କରିବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି କହିଛନ୍ତି। ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଦେଶ ଏକ ନେତୃତ୍ବପୂର୍ଣ୍ଣ ସ୍ଥିତି ଆଡ଼କୁ ଅଗ୍ରସର ହେଉଛି ବୋଲି ଶ୍ରୀ ରାଜନାଥ ସିଂହ ଗୁରୁତ୍ୱାରୋପ କରିଥିଲେ। ଆଇଆଇଟି କାନପୁର ଭଳି ଅନୁଷ୍ଠାନଗୁଡ଼ିକ ଶିକ୍ଷାଗତ ଗତିଶୀଳତାର ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନ୍ ବୋଲି କହିବା ସହ ଭାରତକୁ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଉନ୍ନୀତ କରିବାରେ ସହାୟକ ହୋଇପାରିବ ବୋଲି ସେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି।

Exit mobile version