Site icon ଆଜିକାଲି

ଆଜି ବେଙ୍ଗାଲୁରୁରେ ଭାରତ-ନେଦରଲ୍ୟାଣ୍ଡ୍ସ ଲଢେଇ

Bengaluru : A top view of the Chinnaswamy stadium where India and Australia will play their 4th ODI cricket match, in Bengaluru on Wednesday. PTI Photo by Shailendra Bhojak(PTI9_27_2017_000135B)

ନୂଆଦିଲ୍ଲୀ: ଦୀପାବଳିରେ ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ଭାରତ ଖେଳିବ ବିଶ୍ବକପର ଅନ୍ତିମ ଲିଗ୍ ମ୍ୟାଚ୍ । ବେଙ୍ଗାଲୁରୁର ଚିନସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ନ୍ୟୁଜିଲାଣ୍ଡ ବିରୋଧରେ ସେମି ଫାଇନାଲ୍ ଖେଳିବା ପୂର୍ବରୁ ଏହା ଟିମ୍ ଇଣ୍ଡିଆ ପ୍ରାକ୍ ପ୍ରସ୍ତୁତି ବୋଲି କୁହାଯାଇପାରିବ । ୨୦୧୯ ବିଶ୍ବକପରେ ମଧ୍ୟ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ମୁହାଁମୁହିଁ ହୋଇଥିଲେ । ହେଲେ ଉକ୍ତ ମ୍ୟାଚରେ ଟିମ୍ ଇଣ୍ଡିଆକୁ କ୍ବିଓ୍ବି ଦଳ ପରାସ୍ତ କରିଥିଲା । ତେବେ ଚଳିତ ବିଶ୍ବକପରେ ଏହାର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ଟିମ୍ ଇଣ୍ଡିଆ ।

ଦୀପାବଳିରେ ନେଦରଲ୍ୟାଣ୍ଡ୍ସ ବିରୋଧରେ ରୋହିତ୍ ବାହିନୀ ଅନ୍ତିମ ଲିଗ୍ ଖେଳୁଥିବାରୁ ଏହି ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ । ଦିନ ୨ଟାରେ ବେଙ୍ଗାଲୁରୁ ମୁହାଁମୁହିଁ ହେବେ ଉଭୟ ଦଳ । ଅରେଞ୍ଜ ଆର୍ମିକୁ ଏହି ମ୍ୟାଚରେ ଚତ୍ମକାର ପ୍ରଦର୍ଶନ କରିବାକୁ ହେବ । ପାକିସ୍ତାନରେ ହେବାକୁ ଥିବା ଚାମ୍ପିଅନ ଟ୍ରଫିରେ ଯୋଗ୍ୟତା ଅର୍ଜନ ପାଇଁ ଏହି ମ୍ୟାଚ୍ ଅନ୍ତିମ ସୁଯୋଗ । ଭାରତକୁ ହରାଇଲେ ନେଦରଲ୍ୟାଣ୍ଡ୍ସ ପଏଣ୍ଟ ତାଲିକାରେ ଅଷ୍ଟମ ସ୍ଥାନକୁ ଉନ୍ନୀତ କରିବ ।

ସେପଟେ ଘରୋଇ ଗ୍ରାଉଣ୍ଡରେ ଭାରତକୁ ହରାଇବା ଏକ ପ୍ରକାର ଅସମ୍ଭବ । ଭାରତ ପୂର୍ବ ୮ଟି ମ୍ୟାଚରେ ଏକତରଫା ବିଜୟ ହୋଇଛି । ତେଣୁ ନେଦରଲ୍ୟାଣ୍ଡ୍ସ ବିରୋଧରେ ଦଳକୁ ଏତେ ପରିଶ୍ରମ କରିବାକୁ ପଡ଼ିବ ନାହିଁ । ତଥାପି ନେଦରଲ୍ୟାଣ୍ଡ୍ସ ଟିମ୍ ଭାରତ ହାଲୁକାରେ ନେଇ ପାରିବ ନାହିଁ । ୨୦୦୩ ଓ ୨୦୧୧ରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ । ସମସ୍ତ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ମାତ୍ର ୨୦୦୩ ବିଶ୍ବକପରେ ଅରେଞ୍ଜ ଆର୍ମି ଚତ୍ମକାର ବୋଲିଂ କରିଥିଲା । ତେବେ ଚଳିବ ବିଶ୍ବକପରେ ଦୁର୍ଦ୍ଦଶ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ଡଚ୍ ବାହିନୀ ପରାସ୍ତ କରିଛି ।

ଅନ୍ୟପଟେ ନେଦରଲ୍ୟାଣ୍ଡ୍ସ ମ୍ୟାଚରେ ଟିମ୍ ଇଣ୍ଡିଆ କିଛି ପରିବର୍ତ୍ତନ କରିପାରେ । ବିଶ୍ବକପରେ ସ୍ଥାନ ପାଇନଥିବା ଖେଳାଳିଙ୍କୁ ସୁଯୋଗ ଦେବାକୁ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି । ଏହି ମ୍ୟାଚରେ ଇଶାନ କିଷାନ, ରବିଚନ୍ଦ୍ରନ ଅଶ୍ବିନ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ଫଳରେ ଶୁଭମନ ଗିଲ୍, କୁଲଦୀପ ଯାଦବ ଓ ଯଶପ୍ରୀତ୍ ବୁମରାଙ୍କୁ ବିଶ୍ରାମ ଦିଆଯିବ । ବେଙ୍ଗାଲୁରୁରେ ଏହି ମ୍ୟାଚ୍ ଖେଳାଯାଉଥିବାରୁ ବିରାଟ୍ କୋହଲିଙ୍କ ପ୍ରଶଂସକରେ ଗ୍ୟାଲେରୀ ଭର୍ତ୍ତି ହେବ ବୋଲି ଆଶା କରାଯାଉଛି । ବିରାଟଙ୍କ ପାଇଁ ଏହି ଷ୍ଟାଡିୟମ ହୋମ୍ ଗ୍ରାଉଣ୍ଡ ସଦୃଶ । ପ୍ରତିବର୍ଷ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ବିରାଟ ଏଠାରେ ଆଇପିଏଲ ମ୍ୟାଚ ଖେଳୁଛନ୍ତି ।

Exit mobile version