Site icon ଆଜିକାଲି

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍

ରାଞ୍ଚି: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜି ଠାରୁ ଆରମ୍ଭ ହେଉଛି | ପ୍ରଥମ ମ୍ୟାଚ୍ ରାଞ୍ଚିର ଜେଏସସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ କମ୍ପ୍ଲେକ୍ସରେ ଖେଳାଯିବ। ଏହି ମ୍ୟାଚ୍ ସନ୍ଧ୍ୟା ୭:୩୦ରୁ ଆରମ୍ଭ ହେବ | ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ କ୍ଲିନ୍ ସୁଇପ୍ କରିବା ପରେ ଟି-୨୦ରେ ବି ଭାରତ ଆଧିପତ୍ୟ ଜାହିର କରିବା ଲକ୍ଷ୍ୟରେ ରହିଛି । ରାଞ୍ଚି ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଏଠାରେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଟି-୨୦ ମ୍ୟାଚ୍ ହାରିନାହିଁ। ଏହାଛଡ଼ା ନ୍ୟୁଜିଲାଣ୍ଡ ବିପକ୍ଷ ଗତ ୧୧ଟି ମ୍ୟାଚରେ ଭାରତ କେବଳ ଥରେ ହାରିଛି |

ଓଭରଅଲ୍ ରେକର୍ଡ ଦେଖିଲେ ଟି-୨୦ କ୍ରିକେଟରେ ଦୁଇ ଦେଶ ମଧ୍ୟରେ କଡ଼ା ଟକ୍କର ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୨୨ ଟି-୨୦ ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ୧୦ଟି ଜିତିଥିବାବେଳେ ନ୍ୟୁଜିଲ୍ୟାଣ୍ଡ ୯ଟି ମ୍ୟାଚ୍ ଜିତିଛି। ତିନୋଟି ମ୍ୟାଚ୍ ଟାଇ ହୋଇଛି।

Exit mobile version