Site icon ଆଜିକାଲି

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବର୍ଜନ କରାଯିବା ଉଚିତ୍‌ : ପୂର୍ବତନ ପାକ୍‌ କ୍ରିକେଟର୍‌


କରାଚି : ଏସିଆ କପ୍‌ ଆୟୋଜନକୁ ନେଇ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ମନ୍ତବ୍ୟ ପରେ ପାକିସ୍ତାନ କ୍ରିକେଟରଙ୍କ ମଧ୍ୟରେ ଭାରତ ବିରୋଧୀ ମତ ବଢିବାରେ ଲାଗିଛି। ଭାରତ ଆସିବାକୁ ମନା କଲେ ବି ଏହି ପ୍ରତିଯୋଗିତା ପାକିସ୍ତାନରେ ହିଁ ହେବ ବୋଲି ପୂର୍ବତନ କ୍ରିକେଟର କମ୍‌ରାନ ଆକମଲ୍‌ ଓ ୟୁନୁସ୍‌ ଖାନ୍‌ ଦମ୍ଭ ଦେଖାଇ କହିଛନ୍ତି। କମରାନ୍‌ଙ୍କ ଅନୁଯାୟୀ ଜୟ ଶାହଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ଭାରତ-ପାକିସ୍ତାନ ଖେଳରେ ରାଜନୀତି ନକରିବାକୁ ସେ ପରାମର୍ଶ ଦେଇଥିଲା ବେଳେ ଏହାକୁ ତାଙ୍କର ବିପକ୍ଷଙ୍କ ପାଇଁ ସଂରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି।

ଏସିଆ କପ୍‌ କେବଳ ପାକିସ୍ତାନରେ ହିଁ‌ ଖେଳାଯିବ। ଯଦି ଏପରି ନହୁଏ, ତାହେଲେ ଭାରତ ବିପକ୍ଷରେ ପାକିସ୍ତାନ କୌଣସି ସ୍ତରରେ ବି ମ୍ୟାଚ୍‌ ଖେଳିବନି। ଆଇସିସି କିମ୍ବା ଏସିସି ମ୍ୟାଚ୍‌ ସହିତ ଆସନ୍ତା ରବିବାର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ପାକିସ୍ତାନ ବର୍ଜନ କରିବା ଉଚିତ୍‌ ବୋଲି କମରାନ୍‌ କହିଛନ୍ତି। ସେହିପରି ୟୁନୁସ୍‌ଙ୍କ ମତରେ, ଯଦି ବିସିସିଆଇ ନିଜ ନିଷ୍ପତ୍ତିରେ ଅଟଳ ରୁହେ ସେଥିରେ ପାକିସ୍ତାନକୁ କିଛି ଫରକ ପଡ଼ିବନି। ଏସିଆ କପ୍‌ ଖେଳିବାକୁ ଭାରତ ନଆସିଲେ, ଏହାକୁ ନିରପେକ୍ଷ ସ୍ଥାନକୁ ନିଆଯିବ ନାହିଁ ଏବଂ ଦିନିକିଆ ବିଶ୍ବକପ୍‌ ପାଇଁ ଭାରତ ଗସ୍ତକୁ ବିଚାରକୁ ନିଆଯିବ ନାହିଁ ବୋଲି ସେ କହିଛନ୍ତି।

Exit mobile version