Site icon ଆଜିକାଲି

ଦୈନିକ କରୋନା ସଂକ୍ରମଣ ପୁଣି ୬୦୦୦ ଉପରେ, ସକ୍ରିୟ ମାମଲା ୩୧ ହଜାର ଟପିଲା

ନୂଆଦିଲ୍ଲୀ : ଦେଶରେ ପୁଣି ବଢୁଛି କରୋନା ସଂକ୍ରମଣ । ଦୈନିକ ମାମଲାରେ ଲଗାତାର ବୃଦ୍ଧି ରେକର୍ଡ କରାଯାଉଛି । ଲଗାତାର ଦ୍ୱିତୀୟ ଦିନ ସଂକ୍ରମଣ ୬୦୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୬୧୫୫ ନୂଆ ମାମଲା ରିପୋର୍ଟ ହୋଇଛି। ଗତକାଲି ୬୦୫୦ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୧,୧୯୪ କୁ ବୃଦ୍ଧି ପାଇଛି।

ଗତ ୨୪ ‌ଘଣ୍ଟାରେ ୯ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୫୪କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୨୫୩ ଲୋକ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୪,୪୧,୮୯,୧୧୧ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ କରୋନାରୁ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ରହିଛି। ଦୈନିକ ପଜିଟିଭିଟି ହାର ୫.୬୩ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭିଟି ହାର ୩.୪୭ ପ୍ରତିଶତ ରହିଛି ।

Exit mobile version