Site icon ଆଜିକାଲି

ଶାନ ଓ ହାର୍ଦ୍ଦିକଙ୍କ ଅର୍ଦ୍ଧଶତକ ଦମରେ ସମ୍ମାନ ରଖିଲା ଭାରତ, ଭାରତ ୨୬୬ ରନରେ ଅଲଆଉଟ୍

କାଣ୍ଡି : ଶ୍ରୀଲଙ୍କାର ପାଲେକେଲେଠାରେ ଖେଳାଯାଉଥିବା ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ଵେ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲଢୁଆ ବ୍ୟାଟିଂ ବଳରେ ଭାରତ ପାଲ୍ଲିକଲ ଷ୍ଟାଡିୟମରେ ଖେଳା ଯାଉଥିବା ଏସିଆ କପ୍‌ର ଏକ ବଡ଼ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୪୮.୫ ଓଭରରେ ୨୬୬ ରନର ଲଢୁଆ ସ୍କୋର କରିଛି।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ପାକିସ୍ତାନର ପେସର ମାନେ ଭାରତୀୟ ବ୍ୟାଟରମାନଙ୍କୁ ବାନ୍ଧିରଖିବାରେ ସଫଳ ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଆରମ୍ଭରୁ ଲଗାତାର ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସଂକଟମୋଚକ ସାଜିଥିଲେ ଇଶାନ କିଷନ । ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଇଥିଲେ। ଇଶାନ ୮୨ ରନ କରି ଆଉଟ ହୋଇଥିବାବେଳେ ପାଣ୍ଡ୍ୟା ୮୭ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟର ଆଉଟ ହେବା ପରେ ଦଳର ନିମ୍ନକ୍ରମ ବିଫଳ ହୋଇଥିଲା, ଫଳରେ ଦଳ ୫୦ ଓଭର ସଂପୂର୍ଣ୍ଣ କରିପାରିନଥଲା ଓ ୪୮.୫ ଓଭରରେ ୨୬୬ କରି ଅଲଆଉଟ ହୋଇଯାଇଥିଲା ।

Exit mobile version