Site icon ଆଜିକାଲି

ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ନିରାଶ ହେଲେ ଏହି ୪ ଖେଳାଳି

ନୂଆଦିଲ୍ଲୀ : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ହେବା ପରେ ଏବେ ଦ୍ବିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା ହୋଇଛି। ପ୍ର‌ଥମ ଟେଷ୍ଟ ସେପ୍ଟେମ୍ବର ୧୯ରେ ଆରମ୍ଭ ହୋଇଥିବା ବେଳେ ଏହା ଚତୁର୍ଥ ଦିନରେ ଶେଷ ହୋଇଥିଲା। ଭାରତ ଏହାକୁ ସହଜରେ ଜିତିବାରେ ସଫଳ ହୋଇଥିଲା। ଭାରତ ପ୍ରଥମ ଟେଷ୍ଟ ମ୍ୟାଚକୁ ୨୮୦ ରନ୍‌ରେ ଜିତି ସିରିଜରେ ୧-୦ ରେ ଆଗୁଆ ରହିଛି। ବର୍ତ୍ତମାନ ବିସିସିଆଇ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଯେଉଁଥିରେ ଏହିପରି ଚାରିଜଣ ଖେଳାଳି ନିରାଶ ହୋଇଛନ୍ତି, ଯେଉଁମାନେ କି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଦଳରେ ସାମିଲ ହେବେ ବୋଲି ଭାବିଥିଲେ।

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ଦଳରେ ସାମିଲ ଖେଳାଳିମାନେ ମଧ୍ୟ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ଖେଳିବେ। ଏଭଳି ପରିସ୍ଥିତିରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଦଳରେ ଇଶାନ କିଶନ, ଶ୍ରେୟାସ ଆୟର, ଖଲିଲ ଅହମ୍ମଦ ଏବଂ ସଞ୍ଜୁ ସାମସନଙ୍କୁ ଚୟନ କରାଯାଇ ନାହିଁ। ଏହି ଖେଳାଳିମାନେ ଡୁଲିପ୍ ଟ୍ରଫି ଖେଳୁଛନ୍ତି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପାଇଁ ତାଙ୍କୁ ଦଳରେ ସାମିଲ କରାଯିବ ବୋଲି ଆଶା କରାଯାଉଥିଲା।

ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ପାଇଁ ଟିମ୍‌ ଇଣ୍ଡିଆ :

ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ସରଫରାଜ ଖାନ, ଋଷଭ ପନ୍ତ (ୱିକେଟ୍ କିପର), ଧ୍ରୁଭ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଆକ୍ସର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଜସପ୍ରୀତ ବୁମ୍ରା, ୟଶ ଦୟାଲ

Exit mobile version