Site icon ଆଜିକାଲି

ଆଜି ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ୍ ପଞ୍ଚମ ଟି-୨୦ : ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଉଭୟ ଦଳ

ଫ୍ଲୋରିଡ଼ା : ଆଜି ସୁପର ସନଡେ’ରେ ଦେଖିବାକୁ ମିଳିବ ସୁପର ଫାଇଟ୍। ରବିବାର ଫ୍ଲୋରିଡ଼ାରେ ଟିମ୍ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ପଞ୍ଚମ ଟି-୨୦ (ନିର୍ଣ୍ଣାୟକ ଲଢେଇ) ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ ଜିତି ସିରିଜ୍ ସିଲ୍ କରିବା ଲକ୍ଷ୍ୟରେ ରହିଛି ପାଣ୍ଡ୍ୟା ବାହିନୀ । ଭାରତୀୟ ଦଳ ଲଗାତାର ଦୁଇଟି ମ୍ୟାଚ୍ ଜିତିଥିବାରୁ ଖେଳାଳିଙ୍କ ମନୋବଳ ଦୃଷ୍ଟ ରହିଛି । ସେପଟେ କାରବିଆନ୍ ଦଳ ମଧ୍ୟ ପରାଜୟର ଧାରା ଭାଙ୍ଗି ଶୃଙ୍ଖଳା ବିଜୟ କରିବା ଲକ୍ଷ୍ୟରେ ରହିଛି ।

ଫ୍ଲୋରିଡାର ସେଣ୍ଟ୍ରାଲ୍ ବ୍ରୋଓ୍ବାର୍ଡ ରିଜିଓନାଲ୍ ପାର୍କରେ ଭାରତୀୟ ସମୟ ରାତି 8ଟାରେ ଏହି ମ୍ୟାଚ୍ ଖେଳାଯିବ । ଚତୁର୍ଥ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରିଛି । ଅର୍ଦ୍ଧଶତକୀୟ ପାଳି ଖେଳି ଫର୍ମକୁ ଫେରିଛନ୍ତି ଶୁବମନ୍ ଗିଲ୍ । ସେହିପରି କ୍ୟାରିୟର ଦ୍ବିତୀୟ ମ୍ୟାଚରେ ଅପରାଜିତ ୮୪ ରନ୍ ସଂଗ୍ରହ କରିଥିଲେ ଯଶସ୍ବୀ ଜୈସ୍ବଲ । ସେହିପରି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଫର୍ମକୁ ଫେରିଛନ୍ତି । ଆଜି ମ୍ୟାଚରେ ପାଣ୍ଡ୍ୟା-ଆଣ୍ଡ-କୋ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ପଡ଼ିଆକୁ ଓହ୍ଲାଇବ ବୋଲି କୁହାଯାଉଛି । ଅନ୍ୟପଟେ କାରବିଆନ୍ ଦଳ ମଧ୍ୟ ସିରିଜ୍ ବିଜୟ ପାଇଁ ଜୋରଦାର ପ୍ରୟାସ କରିବ ।

ଚତୁର୍ଥ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ସାମ୍ନାରେ ୧୭୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଓ୍ବେଷ୍ଟଇଣ୍ଡିଜ୍ ଦଳ। ସିମରନ ହେଟମାୟର ଓ ସାଇ ହୋପ୍‌ଙ୍କ ଜବରଦସ୍ତ ବ୍ୟାଟିଂ କରିଥିଲେ । ଅନ୍ୟପଟେ ଟିମ୍ ଇଣ୍ଡିଆ ଆରମ୍ଭରୁ ଦୁର୍ଦ୍ଦଶ ବ୍ୟାଟିଂ କରିଥିଲା । ପଡ଼ିଆରେ ଜୈସ୍ବାଲ ଜଲଓ୍ବା ଓ ଗିଲ୍ ପାଓ୍ବାର ଚାଲିଥିଲା । ଦଳ ମାତ୍ର ୧୭ ଓଭରରେ ଗୋଟିଏ ଓ୍ବିକେଟ୍ ହରାଇ ମ୍ୟାଚକୁ ଜିତି ନେଇଥିଲା । ଶସ୍ବୀ ଜୈସ୍ବଲ ଅପରାଜିତ ୮୪ ରନ ସଂଗ୍ରହ କରିଥିଲେ । ସେହିପରି ଶୁବମନ ଗିଲ୍ ୭୭ ରନର ପାଳି ଖେଳିଥିଲେ ।

Exit mobile version