Site icon ଆଜିକାଲି

ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ, ୧୬୨ ରନ୍‌ରେ ଭାରତ ଆଗୁଆ

ନୂଆଦିଲ୍ଲୀ : ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ। ଦ୍ୱି ତୀୟ ଦିନର ଖେଳ ଶେଷ । ଆରମ୍ଭରୁ ଭାରତୀୟ ଖେଳାଳି ପ୍ରାଧାନ୍ୟ ବିସ୍ତାର । ୧୬୨ ରନ୍‌ରେ ଭାରତ ଆଗୁଆ । ପ୍ରଥମ ଦିବସରେ ଘ‌ରୋଇ ଦଳ ମାତ୍ର ୧୫୦ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଜବାବରେ ଦ୍ୱିତୀୟ ଦିନରେ ଭାରତ ୩୧୨ ରେ ଦୁଇ ୱିକେଟ୍‌ ହରାଇଛି । ଅଧିନାୟକ ରୋହିତ ଶର୍ମା ଏବଂ ପଦାର୍ପଣକାରୀ ଯଶସ୍ୱୀ ଜୟସଓ୍ୱାଲ୍‌ଙ୍କ ଦ୍ବିଶତକ ଭାଗୀଦାରି କରିଛନ୍ତି ।

ଏହି ଶତକ ସହ ଜୟସଓ୍ୱାଲ ଅନେକ ମାଇଲଖୁଣ୍ଟରେ ସାମିଲ ହୋଇଛନ୍ତି। ଟେଷ୍ଟ ପଦାର୍ପଣରେ ଓପନର୍‌ ଭାବେ ଶତକ ଅର୍ଜନ କରିବା‌ରେ ସେ ତୃତୀୟ ଭାରତୀୟ ହୋଇଛନ୍ତି। ଜୟସଓ୍ୱାଲ୍‌ ୧୪୩ରେ ଅପରାଜିତ ଥିବା ବେଳେ ବିରାଟ କୋହଲି 36 ରନ କରି କ୍ରିଜ୍‌ରେ ଅଛନ୍ତି ।

Exit mobile version