Site icon ଆଜିକାଲି

ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚ

ଦିନିକିଆ ସିରିଜ ଜିତିବା ପରେ ଆଜିଠାରୁ ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍‌ ଖେଳାଯିବ । ୫ଟି ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ୍‌ ପାଇଁ ଭାରତୀୟ ଟିମ୍‌ ପ୍ରସ୍ତୁତ ରହିଛି । ଆଜି ପ୍ରଥମ ଟି-୨୦ ମ୍ୟାଚ୍‌ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ସମୟାନୁସାରେ ଏହି ମ୍ୟାଚ ରାତି ୮ଟାରେ ହେବ । ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ଏବେ ଟି-୨୦ ସିରିଜ ଉପରେ ଭାରତର ନଜର ରହିଛି ।

ଭାରତୀୟ ସମୟାନୁସାରେ ଆଜି ସନ୍ଧ୍ୟା ୭.୩୦ ମିନିଟରେ ଟସ୍‌ ପଡିବା ପରେ ରାତି ୮ଟାରୁ ଖେଳ ଆରମ୍ଭ ହେବ । ଟି-୨୦ ମ୍ୟାଚ ପ୍ରସାରଣ ଦୂରଦର୍ଶନରେ ଲାଇଭ ପ୍ରସାରଣ ହେବ । ଏହାଛଡା ଫ୍ୟାନକୋଡ ଆପ୍‌ ଏବଂ ୱେବସାଇଟ ଏବଂ ଜିଓ ସିନେମା ଜରିଆରେ ଦର୍ଶକ ଲାଇଭ ଷ୍ଟ୍ରିମ କରିହେବ । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ୨୫ଟି ଟି-୨୦ ମ୍ୟାଚ୍‌ ଖେଳାଯାଇଛି । ସେଥିରୁ ୧୭ଟି ଭାରତ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ ମାତ୍ର ୭ଟି ଜିତିଛି। ଗୋଟିଏ ମ୍ୟାଚ ଡ୍ର ରହିଛି ।

ତେବେ ଟେଷ୍ଟ ଓ ଦିନିକିଆ ସିରିଜର ସଫଳତାକୁ ଦୋହରାଇବା ପାଇଁ ଭାରତୀୟ ଦଳ ତତ୍ପର । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଜୟଦେବ ଉନାକତ, ମହମ୍ମଦ ସିରାଜ ପ୍ରମୁଖ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଖେଳାଳିମାନେ ଦକ୍ଷତା ପ୍ରମାଣିତ କରିବାକୁ ପ୍ରୟାସ କରିବେ । ଅନ୍ୟପଟେ ଘରୋଇ ଦଳ କ୍ରିକେଟର ଏହି ଛୋଟ ଫର୍ମାଟ୍‌ରେ ବେଶ୍‌ ସଫଳ । ମାତ୍ର ଦୁର୍ଦ୍ଧର୍ଷ ବ୍ୟାଟରଙ୍କ ଅନୁପସ୍ଥିତି ଚିନ୍ତାର କାରଣ ହେବା ନିଶ୍ଚିତ । ବିଶ୍ୱର ସବୁ ଲିଗ୍‌ କ୍ରିକେଟ୍‌ରେ ଆତଙ୍କ ଖେଳାଇଥିବା ଆନ୍ଦ୍ରେ ରସେଲ, ନିକୋଲାସ ପୂରନଙ୍କ ଭଳି ଖେଳାଳି ଦଳରେ ନାହାନ୍ତି । ଅବଶ୍ୟ ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟର ସିମରନ ହେତମାୟର ଓ ଦିନିକିଆ ଦଳର ଅଧିନାୟକ ସାଇ ହୋପ୍‌ ପ୍ରତ୍ୟାବର୍ତ୍ତନ କରିବା ଦଳ ପାଇଁ ଶୁଭ ସଂକେତ ।

ଭାରତୀୟ ଦଳ: ଈଶାନ କିଶନ, ଶୁବମନ ଗିଲ୍, ଯଶସ୍ବୀ ଜୟସଓ୍ଵାଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ୍, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ, ଆଭେଶ ଖାନ୍, ମୁକେଶ କୁମାର।

ୱେଷ୍ଟଇଣ୍ଡିଜ୍ ଦଳ: ରୋଭମାନ ପାୱେଲ୍ (ଅଧିନାୟକ), କାଇଲ୍ ମେୟର୍ସ, ଜନସନ୍ ଚାର୍ଲ୍ସ, ରୋଷ୍ଟନ ଚେଜ୍, ସିମ୍ରନ ହେଟମାୟର, ଜାସନ୍ ହୋଲ୍ଡର, ସାଇ ହୋପ୍, ଅକିଲ୍ ହୋସେନ୍, ଅଲଜାରି ଜୋସେଫ, ବ୍ରାଣ୍ଡନ କିଙ୍ଗ୍, ଓବେଡ୍ ମ୍ୟାକକଏ, ନିକୋଲାସ୍ ପୁରନ, ରୋମାରିଓ ସେଫର୍ଡ, ଓଡିଆନ୍ ସ୍ମିଥ୍, ଓସାନେ ଥୋମାସ୍।

Exit mobile version