Site icon ଆଜିକାଲି

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ: ତୃତୀୟ ଦିନରେ ୧୪୩ ରନ୍‌ କଲା ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ : ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟରେ ବର୍ଷା ପ୍ରଭାବିତ ତୃତୀୟ ଦିନରେ ଘରୋଇ ୱେଷ୍ଟଇଣ୍ଡିଜର ସଂଘର୍ଷ ଜାରି । ତୃତୀୟ ଦିନରେ ଟିମ୍‌ ୪ ଓ୍ଵିକେଟ ହରାଇ ୧୪୩ ରନ୍‌ କରିଛି । ଭାରତ ଠାରୁ ୱେଷ୍ଟଇଣ୍ଡିଜ୍ ୨୦୯ ରନ୍‌ ପଛରେ ରହିଛି । ଅଧିନାୟକ କ୍ରେଗ୍ ବ୍ରାଥୱେଟ୍ ୭୫ ରନ୍ର ଲଢୁଆ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉପରେ କିଛି ସମୟ ପାଇଁ ଚାପ ପକାଇଥିଲେ । ବ୍ରାଥୱେଟ୍ ବିପଜ୍ଜନକ ହୋଇଆସୁଥିବା ବେଳେ ଆର୍ ଅଶ୍ୱିନୀ ତାଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ଆଶ୍ୱସ୍ତ କରିଥିଲେ ।

ଖେଳ ଶେଷ ବେଳକୁ ତାଙ୍କ ସହ ଅଲରାଉଣ୍ଡର ଜାସନ ହୋଲ୍ଡର ୧୧ ରନ୍ କରି ଅପରାଜିତ ରହିଛନ୍ତି । ଇଣ୍ଡିଜ୍ ୫ ୱିକେଟ୍ ବିନିମୟରେ ୨୨୯ ରନ୍ କରିଛି । ଏପଟେ ୫ ୱିକେଟ୍ ହାତରେ ଥାଇ ଭାରତର ପ୍ରଥମ ପାଳି ସ୍କୋରଠାରୁ ୨୦୯ ରନ୍ ପଛରେ ରହିଛି । ଦ୍ୱିତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ୧ ଓ୍ଵିକେଟ ହରାଇ ୮୬ ରନ୍‌ କରିଥିଲା । ତୃତୀୟ ଦିନରେ ଖେଳ ଆରମ୍ଭ କରି ୱେଷ୍ଟଇଣ୍ଡିଜ୍ ୫ ଓ୍ଵିକେଟ ହରାଇ ୨୨୯ ରନ୍‌ କରିଛି ।

Exit mobile version