Site icon ଆଜିକାଲି

୧୨୨ ବର୍ଷରେ ସବୁଠୁ ଉତ୍ତପ୍ତ ଫେବୃଆରୀ ଅନୁଭବ କଲା ଭାରତ, ଏଥର ସିଝାଇବ ଖରା

ନୂଆଦିଲ୍ଲୀ : ଏଥର ଫେବୃଆରୀରେ ମେ’ର ତାତି ଅନୁଭୂତ ହୋଇଥିଲା । ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ୧୨୨ ବର୍ଷ ପରେ ଫେବୃଆରୀ ୨୦୨୩ର ଗରମ ରେକର୍ଡ ଭାଙ୍ଗିଛି। ୧୯୦୧ ପରେ ଏହା ସବୁଠାରୁ ଉତ୍ତପ୍ତ ଫେବୃଆରୀ ଥିଲା । ସର୍ବାଧିକ ହାରାହାରି ତାପମାତ୍ରା ୨୯.୫୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଆଗାମୀ ଦିନ ପାଇଁ ପାଣିପାଗ ବିଭାଗ ଡରାଇଲା ଭଳି ପୂର୍ବାନୁମାନ କରିଛି । ଏଥର ଭୟଙ୍କର ଲୁ’ (ଗ୍ରୀଷ୍ମ ପ୍ରବାହ) ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଭାରତ ୧୯୦୧ ପରଠୁ ସବୁଠାରୁ ଉତ୍ତପ୍ତ ଫେବୃଆରୀ ଅନୁଭୂବ କରିଥିଲା । ଆଏମଡିର ହାଇଡ୍ରୋମେଟ ଏବଂ ଏଗ୍ରୋମେଟ ଆଡଭାଇଜରୀ ସେବା ମୁଖ୍ୟ ବୈଜ୍ଞାନିକ ଏସ.ସି. ଭାନଙ୍କ କହିବା ଅନୁଯାୟୀ, ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ସମ୍ଭାବନା ରହିଛି । ସମ୍ପ୍ରତି ସମଗ୍ର ବିଶ୍ୱ ଗ୍ଲୋବାଲ ଓ୍ବାର୍ମିଂର ପରିଣାମ ସାମ୍ନା କରୁଛି ବୋଲି ଭାନ କହିଛନ୍ତି।

Exit mobile version