Site icon ଆଜିକାଲି

ଦକ୍ଷିଣ ଆଫ୍ରିକାକୁ ୭୮ ରନରେ ହରାଇ ସିରିଜକୁ ୨-୧ରେ କବଜା କଲା ଭାରତ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଜିତିଲା ଭାରତ । ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୮ ରନରେ ହରାଇବା ସହ ସିରିଜକୁ ୨-୧ରେ କବଜା କରିଛି ଟିମ୍ ଇଣ୍ଡିଆ । ଏଥିସହ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ୫ ବର୍ଷ ପରେ ଏକ ଦିନିକିଆ ଶୃଙ୍ଖଳା ବିଜୟର ସଫଳତା ପାଇଛି।

ସଞ୍ଜୁ ସାମସନଙ୍କ ଶତକୀୟ ଇନିଂସ ଓ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂରେ ତୃତୀୟ ଦିନିକିଆରେ ବିଜୟୀ ହୋଇଛି ଭାରତ । ସଞ୍ଜୁ ସାମସନ୍ ୧୦୮ ରନ୍ କରିଥିବା ବେଳେ ତିଲକ ବର୍ମା ୫୨, ରିଙ୍କୁ ଶର୍ମା କରିଥିଲେ ୩୮ ରନ୍ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଆଗରେ ୨୯୭ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା ଟିମ୍ ଇଣ୍ଡିଆ ।

ଜବାବରେ ଘରୋଇ ଦଳ ମାତ୍ର ୨୧୮ ରନରେ ଅଲଆଉଟ୍ ହୋଇଥିଲା । ଗତ ମ୍ୟାଚରେ ଶତକ ହାସଲ କରିଥିବା ଟୋନି ଡି ଜୋର୍ଜି ୮୧ ରନ୍ କରି ଏକାକୀ ଲଢ଼ିଥିଲେ । ଭାରତର ସ୍ପିନ୍ ଓ ପେସ୍ ଆଗରେ ଆତ୍ମସମର୍ପଣ କରିଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟର ।

ଅର୍ଶଦୀପ ସିଂ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଅଭେଶ ଖାନ ଓ ୱାଶିଂଟନ୍ ସୁନ୍ଦର ନେଇଥିଲେ ୨ଟି ଲେଖାଏ ୱିକେଟ୍ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବ।

Exit mobile version