Site icon ଆଜିକାଲି

ଭାରତୀୟ ବାୟୁସେନାକୁ ମିଳିବ ରାମ୍ପେଜ୍‌ ମିସାଇଲର ବଳ

ନୂଆଦିଲ୍ଲୀ : ବାୟୁସେନାକୁ ମିଳିବ ରାମ୍ପେଜ୍‌ ମିସାଇଲର ବଳ । ନାଁ ଶତ୍ରୁର ରାଡାର ଏହାକୁ ଧରି ପାରିବ ନାଁ କୌଣସି କ୍ଷେପଣାସ୍ତ୍ର ଧ୍ବଂସ ସିଷ୍ଟମ ଏହାକୁ ରୋକିପାରିବ । ବଟନ୍‌ ଦବାଇବା ମାତ୍ରେ କ୍ଷଣିକ ମଧ୍ୟରେ ଟାର୍ଗେଟ୍‌କୁ ଧ୍ବଂସ କରିବାରେ ମାହିର । ଭାରତୀୟ ବାୟୁ ସେନାର ମିଗ୍‌-୨୯ ବିମାନରେ ଏହି ମିସାଇଲ୍‌ ବ୍ୟବହାର କରିବାକୁ ହୋଇଛି ଯୋଜନା । ଇସାରାଇଲରେ ପ୍ରସ୍ତୁତ ଏହି ମିସାଇଲକୁ କିଣିବ ଭାରତ । ମିଗ୍‌-୨୯ ବିମାନରେ ଏହି ମିସାଇ ଖଞ୍ଜାଯିବା ପରେ ଏହା ଭାରତର ସାମରିକ ଶକ୍ତିକୁ ଆହୁରି ସଶକ୍ତ କରିବ ।

ଜଳ, ସ୍ଥଳ, ଆକାଶ ସବୁଠି ଏହା ଶତ୍ରୁକୁ ନିପାତ କରିବାରେ ସକ୍ଷମ । ଏହା ଆସିବା ପରେ ଚୀନ୍ ଓ ପାକିସ୍ତାନକୁ ମିଳିବ ମୁହଁତୋଡ୍ ଜବାବ । ଏହି ମିସାଇଲର ଲମ୍ବ ୧୫ ଫୁଟ୍‌ ହୋଇଥିବା ବେଳେ ଓଜନ ୫୭୦ କେଜି । ଏହି ଏକ ଜିପିଏସ ଗାଇଡେଡ୍‌ ମିସାଇଲ ଯାହା ଏସ-୩୦୦ ଡିଫେନ୍ସ ସିଷ୍ଟମକୁ ଚକମା ଦେବା ପାଇଁ ପ୍ରସ୍ତୁତ କରାଯାଇଥିଲା । ଏହି ମିସାଇଲ ଶତ୍ରୁର କମ୍ୟୁନିକେସନ ସିଷ୍ଟମ, ଏୟାର ଫୋର୍ସ ବେସ୍‌ ଏବଂ କୌଣସି ବି ବଡ଼ ଅଟ୍ଟାଳିକାକୁ ଧ୍ବଂସ କରିପାରେ ।

ଗୋଟିଏ ଯୁଦ୍ଧ ବିମାନରେ ଏକକାଳୀନ ୪ଟି ରାମ୍ପେଜ୍‌ ମିସାଇଲ ଖଞ୍ଜାଯାଇପାରେ । ଅଢ଼େଇ ଶହ କିଲୋମିଟର ରେଞ୍ଜରେ ଏହା ଶତ୍ରୁକୁ ଧ୍ବଂସ କରିବାରେ ସକ୍ଷମ । ଏହା ଆସିବା ପରେ ଭାରତ ମାହାସାଗରରେ ଚୀନ୍‌ ର ଦାଦାଗିରିରେ ମଧ୍ୟ ଲାଗିବ ବ୍ରେକ୍‌ । ବିଶ୍ବର ସବୁଠୁ ଘାତକ ଯୁଦ୍ଧ ବିମାନ ଗୁଡ଼ିକରେ ଏହି ମିସାଇଲ ଖଞ୍ଜା ଯାଇଥିବା ବେଳେ ଏବେ ଭାରତର ମିଗ୍‌-୨୯ରେ ଏହାକୁ ବ୍ୟବହାର କରିବାକୁ ଯୋଜନା କରିଛି ଭାରତ ।

Exit mobile version