Site icon ଆଜିକାଲି

ଭାରତୀୟ ସେନାକୁ ମିଳିଲା ପ୍ରଥମ ସ୍ୱଦେଶୀ ଡ୍ରୋନ୍‌‌ ‘ନାଗାସ୍ତ୍ର-୧’: ଆତଙ୍କୀଙ୍କ ଉପରେ କରିବ ଏୟାରଷ୍ଟ୍ରାଇକ୍‌‌

ନୂଆଦିଲ୍ଲୀ : ଆତ୍ମନିର୍ଭର ଦିଗରେ ଆଉ ପାଦେ ଆଗକୁ ବଢିଛି ଭାରତର ପ୍ରତିରକ୍ଷା ବିଭାଗ। ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଆତ୍ମଘାତି ଡ୍ରୋନ୍‌‌ ‘ନାଗାସ୍ତ୍ର-୧’। ପ୍ରଥମ ପର୍ଯ୍ୟାୟରେ ସେନାକୁ ୧୨୦ଟି ଡ୍ରୋନ୍‌‌ ମିଳିଛି। ଏହି ଡ୍ରୋନ୍‌‌ ଜରିଆରେ ଶତ୍ରୁ ପକ୍ଷ ଉପରେ ଏୟାରଷ୍ଟ୍ରାଇକ୍‌‌ କରିବାକୁ ବେଶ ସହାୟକ ହେବ। ଏବେ ଏୟାର ଷ୍ଟ୍ରାଇକ୍‌‌ ପାଇଁ ଫାଇଟର ଜେଟର ଆବଶ୍ୟକତା ପଡିବ ନାହିଁ। ନାଗାସ୍ତ୍ର-୧କୁ ଧରିପାରିବନି ରାଡାର। ବଙ୍କର, କ୍ୟାମ୍ପକୁ କରିବ ଧ୍ୱଂସ। ତେବେ ସେନାକୁ ମୋଟ ୪୫୦ଟି ଡ୍ରୋନ୍‌‌ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଭାରତ-ଚୀନ ସୀମା ଘାଟିରେ ଏହାର ପରୀକ୍ଷଣ କରାଯାଇଛି। ୧ରୁ ୪କିଲୋଗ୍ରାମର ଅସ୍ତ୍ରଶସ୍ତ୍ର ନେବାରେ ସଫଳ ହୋଇଥିଲା ଏହି ଡ୍ରୋନ୍‌‌।

Exit mobile version