ନୂଆଦିଲ୍ଲୀ: ଭାରତୀୟ ସେନା ଏକ ବ୍ୟାପକ ପଦୋନ୍ନତି ନୀତି ଆଣିବାକୁ ଯାଉଛି । ଆସନ୍ତା ବର୍ଷ ପ୍ରଥମ ଦିନ ଅର୍ଥାତ୍ ୨୦୨୪ ଜାନୁଆରୀ ୧ରୁ ଏହି ନିୟମ ଲାଗୁ ହେବ । ନୂଆ ପଦୋନ୍ନତି ନୀତିରେ କର୍ଣ୍ଣେଲ ଓ ଏହା ଉପର ରାଙ୍କର ସୈନ୍ୟ ଅଧିକାରୀଙ୍କ ଚୟନ ପାଇଁ ପଦୋନ୍ନତି ନୀତିରେ ବ୍ୟାପକ ସମୀକ୍ଷାକୁ ଚୂଡାନ୍ତ ରୂପ ଦିଆଯାଇଛି । ସେନା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ସୁରକ୍ଷାବଳଙ୍କ ଲଗାତାର ବଦଳୁଥିବା ପରିଚାଳନା ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରମୋସନ ନୀତି ପ୍ରସ୍ତୁତ କରାଯାଇଛି ।
ସେନାର ନୂଆ ନୀତିରେ ସେନାର ଆଭ୍ୟନ୍ତରୀଣ ଓ ବାହ୍ୟ ଉଭୟ ଦିଗକୁ ଧ୍ୟାନ ରଖାଯାଇଛି । ପଦୋନ୍ନତି ନୀତି ଉପରେ ଭାରତୀୟ ସେନାର ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସ୍ଥିତି ସହ ସୃଷ୍ଟି ହେଉଥିବା ପରିଚାଳନା ଆହ୍ୱାନର ସାମନା କରିବା ପାଇଁ ଯେପରି ନେତୃତ୍ୱ ଦରକାର, ସେହି ଆବଶ୍ୟକତାକୁ ଠିକ୍ ଭାବେ ବୁଝିବା ଓ ଏହା ଅନୁସାରେ ପଦୋନ୍ନତି ନିଷ୍ପତ୍ତିରେ ସହାୟତା ମିଳିବ ।
୨୦୨୪ ଜାନୁଆରୀ ୧ରୁ ନୂଆ ନୀତି ଲାଗୁ ହେବା ପରେ ଭାରତୀୟ ସେନାରେ ମେଜର ଜେନେରାଲ ରାଙ୍କ ଅଧିକାରୀଙ୍କ ଅଗକୁ ଅଧିକ ପଦୋନ୍ନତି ସୁଯୋଗ ମିଳିବ । ଏହି ରାଙ୍କରୁ ଉପରେ ସେବା ପ୍ରଦାନ କରୁଥିବା ଅଧିକାରୀଙ୍କୁ ମଧ୍ୟ ପଦୋନ୍ନତି ନୀତିର ଲାଭ ମିଳିବ । ବୟାନରେ ଏହା ମଧ୍ୟ କହାଯାଇଛି ଯେ ନୂଆ ନୀତିରେ ବରିଷ୍ଠ ନେତୃତ୍ୱଙ୍କ ଆକାଂକ୍ଷାକୁ ମଧ୍ୟ ପୂରା କରିବାରେ ସହାୟତା ମିଳିବ।