Site icon ଆଜିକାଲି

ଏସିୟ କ୍ରୀଡା କ୍ରିକେଟରେ ଗର୍ଜିଲା ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍ : ପ୍ରଥମ ଶତକୀୟ ପାଳି ଖେଳିଲେ ଜୟଶୱାଲ

ମୁମ୍ବାଇ : ଏସିୟ କ୍ରୀଡା କ୍ରିକେଟରେ ଗର୍ଜିଲା ଭାରତୀୟ ବ୍ୟାଟରଙ୍କ ବ୍ୟାଟ୍ । ଭାରତ ଓ ନେପାଳ ମ୍ୟାଚରେ ଚମକିଲେ ଯସଶ୍ରୀ ଜୟଶୱାଲ । ହାଙ୍ଗଝୌରେ ଚାଲୁଥିବା ଟି-୨୦ରେ ମ୍ୟାଚରେ ପ୍ରଥମ ଶତକୀୟ ପାଳି ଖେଳିଛନ୍ତି । ସେହିପରି ଦୁର୍ଦ୍ଦାନ୍ତ ହିଟର ରିଙ୍କୁ ସିଂହ ଅନ୍ତିମ ପାଞ୍ଚ ଓଭରରେ ଫିନିସିଂ ଟଚ୍ ଦେଇଛନ୍ତି । ନିର୍ଦ୍ଧାରିତ ୨୦ ଓଭରରେ ଟିମ୍ ଇଣ୍ଡିଆ ୨୦୨ର ବିଶାଳ ସ୍କୋର ଛିଡ଼ା କରିଛି । ନେପାଳ ସାମ୍ନାରେ ୨୦୩ ରନର ବିଜୟ ଲକ୍ଷ୍ୟ ରହିଛି । ସେପଟେ ଲକ୍ଷ୍ୟକୁ ପିଛା କରି ନେପାଳ ଖେଳ ଜାରି ରଖିଛି ।

ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୨୦୨ ରନର ପାହାଡ଼ ଭଳି ସ୍କୋର ଛିଡ଼ା କରିଛି । ଯସଶ୍ରୀ ଜୟଶୱାଲ ମାତ୍ର ୪୯ ବଲ୍‌ରେ ସେଞ୍ଜୁରୀ ମାରିଛନ୍ତି । ସେହିପରି ଅଧିନାୟକ ରିତୁରାଜ୍ ଗାଏକ୍ବାଡ୍ ୨୫ ରନ୍ କରିଥିବା ବେଳେ ଶିବମ ଦୁବେ ୨୫ ସଂଗ୍ରହ କରିଥିଲେ । ଅନ୍ୟପଟେ ବ୍ୟାଟର ରିଙ୍କୁ ସିଂହ ଶେଷ ସମୟରେ ଆସି ଫିନିସିଂ ଟଚ୍ ଦେଇଛନ୍ତି । ମାତ୍ର ୧୫ରେ ୩୭ ରନ୍‌ର ଲଢୁଆ ପାଳି ଖେଳୁଛନ୍ତି ।

Exit mobile version