Site icon ଆଜିକାଲି

ଡଲାର ଆଗରେ ଆହୁରି ଦୁର୍ବଳ ହେଲା ଟଙ୍କା

ନୂଆଦିଲ୍ଲୀ : ଡଲାର ଆଗରେ ଆହୁରି ଦୁର୍ବଳ ହେଲା ଟଙ୍କା । ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚିଲା ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ । ପ୍ରଥମ ଥର ପାଇଁ ଶୁକ୍ରବାର ୮୨ ଟଙ୍କା ଅତିକ୍ରମ କରିଛି ଡଲାର ମୂଲ୍ୟ । ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସା ହୋଇଯାଇଛି ।

ଶୁକ୍ରବାର ସକାଳ ସାଢେ ୯ଟାରେ ଟଙ୍କା ୦.୫% ହ୍ରାସ ସହ ଡଲାର ତୁଳନାରେ ୮୨.୩୦ରେ କାରବାର କରିଥିଲା । ଏହାପୂର୍ବରୁ ଟଙ୍କା ୮୧.୮୯ରେ କାରବାର ବନ୍ଦ କରିଥିଲା । ଆଜି ମୁଦ୍ରା ବଜାରରେ ଟଙ୍କା ୮୨.୧୯ରେ ଖୋଲିଥିଲା ଏବଂ ସର୍ବନିମ୍ନ ୮୨.୩୩ ସ୍ତରକୁ ଖସି ଯାଇଥିଲା । ଚଳିତ କ୍ୟାଲେଣ୍ଡର ବର୍ଷରେ ଭାରତୀୟ ଟଙ୍କାରେ ୧୦%ରୁ ଅଧିକ ହ୍ରାସ ଆସିଛି । ୨୦୨୨ରେ ଟଙ୍କାର ବିନିୟମ ମୂଲ୍ୟ ୧୦.୬୦% କମିଯାଇଛି ।

Exit mobile version