Site icon ଆଜିକାଲି

ୟୁକ୍ରେନ ଛାଡିବାକୁ ନିର୍ଦ୍ଦେଶ ଜାରି କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ : ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ। ଋଷ ସେନା ଉପରେ ୟୁକ୍ରେନ ସେନା ଭାରି ପଡୁଛନ୍ତି । ଫଳରେ ଋଷ ୟୁକ୍ରେନର ସହର ଉପରେ ମିଶାଇଲ ଆକ୍ରମଣ ଜୋରଦାର କରିଛି । ଏପଟେ ଋଷ ଅକ୍ତିଆର କରିନେଇଥିବା ୟୁକ୍ରେନର ୪ଟି ପ୍ରଦେଶରେ ୟୁକ୍ରେନ ସେନା ପକ୍ଷରୁ ମିଶାଇଲ ମାଡ କରାଯାଉଥିବା ଋଷ ଅଭିଯୋଗ କରିଛି । ୟୁକ୍ରେନ ସୀମାର ୮ଟି ଅଞ୍ଚଳରେ ଜନସାଧାରଣଙ୍କୁ ବାହାରେ ବୁଲିବା ଉପରେ କଟକଣା ଲଗାଯାଇଛି ।

ୟୁକ୍ରେନରେ ଥିବା ୩୦%ରୁ ଅଧିକ ବିଦ୍ୟୁତ୍ କେନ୍ଦ୍ର ଉପରେ ଋଷ ମିଶାଇଲ ମାଡ କରିଛି । ହେଲେ ଖେରସେନ ଅଞ୍ଚଳରେ କିଛି ଅଞ୍ଚଳରେ ୟୁକ୍ରେନ ସେନା ଋଷ ସେନାକୁ ବିତାଡିତ କରିବାରେ ସକ୍ଷମ ହୋଇଛି । ଋଷର ସ୍ୱତନ୍ତ୍ର ସାମରିକ ଅପରେସନର ନୂଆ କମାଣ୍ଡର ସେର୍ଗି ସୁରୋଭିକିନ କହିଛନ୍ତି, ଖେରସେନରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଛି । ୟୁକ୍ରେନ ସେନା ଭିତିଭୂମି ଏବଂ ସାଧାରଣ ଜନବସତିକୁ ଟାର୍ଗେଟ କରି ଆକ୍ରମଣ କରୁଛି । ତେଣୁ ୟୁକ୍ରେନର ପ୍ରମୁଖ ସହର ଗୁଡିକରୁ ଜନସାଧାରଣଙ୍କୁ ଖାଲି କରିବାକୁ ଋଷ ଘୋଷଣା କରିଛି ।

ଉପରେ ଦେଶର ସେନା ଏବେ ସାଧାରଣ ଲୋକଙ୍କୁ ଆକ୍ରମଣ କରିବାକୁ ପଛାଉନଥିବାରୁ ତୁରନ୍ତ ୟୁକ୍ରେନ ଛାଡିବାକୁ ଭାରତ ସମେତ ଅନ୍ୟ ଦେଶମାନେ ସେମାନଙ୍କ ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଭାରତୀୟ ନାଗରିକ ଏବେ ୟ୍ରୁକ୍ରେନ ନଯିବାକୁ ଭାରତ ପକ୍ଷରୁ କୁହାଯାଇଛି । ୟୁକ୍ରେନରେ ଥିବା ଛାତ୍ର ଏବଂ ଭାରତୀୟମାନଙ୍କୁ ତରନ୍ତ ଯେକୌଣସି ଉପାୟରେ ୟୁକ୍ରେନ ଛାଡିବାକୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବସ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।

Exit mobile version