Site icon ଆଜିକାଲି

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଖେଳିବେ କାଉଣ୍ଟିଂ କ୍ରିକେଟ୍

ନୂଆଦିଲ୍ଲୀ : ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମିଳିଲା ଖୁସି ଖବର । ଇଂଲଣ୍ଡର କାଉଣ୍ଟିଂ କ୍ରିକେଟ୍ ଖେଳିବେ ସିରାଜ । ୍ୱାରଓ୍ୱିକସାୟର କାଉଣ୍ଟିଂ କ୍ରିକେଟ୍ କ୍ଲବ୍ କାଉଣ୍ଟିଂ ଚାମ୍ପିଅନସିପର ତିନୋଟି ମ୍ୟାଚ୍ ପାଇଁ ସିରାଜଙ୍କୁ ଦଳରେ ନେଇଛି । ସେ ସେପ୍ଟେମ୍ବର ୧୨ରେ ଆରମ୍ଭ ହେବାକୁ ଥିବା ସମରସେଟ୍ ବିପକ୍ଷ ଓ୍ୱାରଓ୍ୱିକସାୟରର ଘରୋଇ ମ୍ୟାଚ୍ ପୂର୍ବରୁ ବର୍ମିଂହାଂମରେ ପହଁଚିବେ ବୋଲି ଆଶା କରାଯାଉଛି ।

ଏନେଇ ସିରାଜ କହିଛନ୍ତି ଯେ, ସେ ସଦାବେଳେ ଭାରତ ସହ ଇଂଲଣ୍ଡରେ ମ୍ୟାଚ୍ ଖେଳିବାର ଆନନ୍ଦ ଉଠାଇଥାନ୍ତି । ସେ କାଉଣ୍ଟିଂ କ୍ରିକେଟ୍ ଖେଳିବା ପାଇଁ ଉତ୍ସାହିତ ଅଛନ୍ତି । ଏଜବେଷ୍ଟନ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ଅଟେ । ଟେଷ୍ଟ୍ କ୍ରିକେଟ୍ ପାଇଁ ଏଠାକାର ମାହୋଲ ସ୍ୱତନ୍ତ୍ର । ସେ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ମୁକାବିଲାର ପ୍ରଥମ ପାଳିରେ ୬୬ ରନ୍ ଦେଇ ୪ ଓ୍ୱିକେଟ୍ ନେଇଥିଲେ । ଏହାପରେ ଦିନିକିଆ ସିରିଜରେ ୬ ଓ୍ୱିକେଟ୍ ନେଇଥିଲେ ।

ସୂଚନା ଯେ, ସିରାଜ ସମସ୍ତ ଫର୍ମାଟରେ ୨୬ ଥର ଭାରତ ପାଇଁ ଖେଳିଛନ୍ତି । ଯେଉଁଥିରେ ତାଙ୍କୁ ୫୬ ଓ୍ୱିକେଟ୍ ମିଳିଛି । ଏହାସହ ସେ ନିଜ କ୍ୟାରିଅରରେ ୨୦୭ ମ୍ୟାଚ୍ ଖେଳିଥିବା ବେଳେ ୪୦୩ ଶିକାର କରିଛନ୍ତି । ଯେଉଁଥିରେ ୧୯୪ ଓ୍ୱିକେଟ୍ ସେ ପ୍ରଥମ ଶ୍ରେଣୀ ମ୍ୟାଚରେ ହାସଲ କରିଛନ୍ତି । ସୂଚନାଯୋଗ୍ୟ, ଓ୍ୱାରଓ୍ୱିକସାୟର କାଉଣ୍ଟିଂ ସିରିଜ୍ ପାଇଁ ଭାରତୀୟ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ମଧ୍ୟ ଚୁକ୍ତି କରିଛନ୍ତି । ସିରାଜ ଦ୍ୱିତୀୟ ଭାରତୀୟ ଭାବେ ଏହି ସିରିଜରେ ଚଳିତ ବର୍ଷ ଭାଗନେବେ ।

Exit mobile version