Site icon ଆଜିକାଲି

ଭାରତୀୟ କୁସ୍ତି ସଂଘର ପରିଚାଳନା ପାଇଁ ଆଡହକ୍‌ କମିଟି ଗଠନ

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଆସୋସିଏସନର ବଡ଼ ନିଷ୍ପତ୍ତି। ଭାରତୀୟ କୁସ୍ତି ସଂଘର ପରିଚାଳନା ପାଇଁ, ଅଲିମ୍ପିକ୍‌ ଆସୋସିଏସନ ଏକ ଆଡହକ୍‌ କମିଟି ଗଠନ କରିଛନ୍ତି । ଏହି କମିଟି ଭାରତୀୟ କୁସ୍ତି ସଂଘକୁ ନିଲମ୍ବିତ କରାଯିବା ପରେ ଗଠନ କରାଯାଇଛି। ସୂଚନାଥାଉକି, ଜରୁରୀ ପ୍ରକ୍ରିୟା ବିନା ପ୍ରତିଯୋଗିତା କରିବାକୁ ନିଷ୍ପତ୍ତି ପାଇଁ କୁସ୍ତି ସଂଘକୁ ରଦ୍ଦ କରିଥିଲା କ୍ରୀଡ଼ା ମନ୍ତ୍ରାଳୟ।ତେବେ କୁସ୍ତି ସଂଘ ପାଇଁ ଗଠିତ ଆଡ ହକ କମିଟିର ଅଧ୍ୟକ୍ଷତା ଭୂପିନ୍ଦର ସିଂହ ବାଜବା କରିବେ। ଆହୁରି ମଧ୍ୟ କମିଟିରେ ଏମ ଏମ ସୈମୈୟା ଏବଂ ମଞ୍ଜୁଷା କନଓ୍ବର ସଦସ୍ୟ ଭାବରେ ରହିଛନ୍ତି । ଭୂପିନ୍ଦର ସିଂହ ବାଜଓ୍ବା ବୁଶୁ ଆସୋସିଏସନ ଅଫ୍‌ ଇଣ୍ଡିଆର ସଭାପତି ରହିସାରିଛନ୍ତି।

Exit mobile version