Site icon ଆଜିକାଲି

ଭାରତୀୟ ରେଳବାଇ ଆଇଆରସିଟିସିର ଡିଜିଟାଲ୍ ସେବା ସମ୍ପ୍ରସାରିତ

ନୂଆଦିଲ୍ଲୀ : ଡିଜିଟାଲ ଦେଣନେଣକୁ ଉତ୍ସାହିତ କରିବା ପାଇଁ ଭାରତୀୟ ରେଳବାଇ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବା କ୍ଷେତ୍ରରେ ଡିଜିଟାଲ କାରବାରକୁ ବ୍ୟାପକ କରିଛି । ବର୍ତମାନ ୮୮୭୮ଟି ୟୁନିଟ ଡିଜିଟାଲ ଦେଣନେଣ ପାଇଁ ସୁବିଧା ଯୋଗାଉଛନ୍ତି । ଏହା ସହିତ ପଏଂଟ ଅଫ ସେଲ (ପୋସ) ମେସିନ କ୍ୟାଟେରିଂ ସେବା ପ୍ରଦାନକାରୀମାନଙ୍କୁ ଯୋଗାଇ ଦିଆଯାଇଛି । ଏହା ଫଳରେ ମୁଦ୍ରିତ ବିଲ ଯୋଗାଇ ଆର୍ôଥକ କାରବାରର ବିସ୍ତୃତ ବିବରଣୀକୁ ଏଥିରେ ଦର୍ଶାଇ ଦିଆଯାଉଛି । ବର୍ତମାନ ୫୯୬ଟି ରେଳଗାଡିରେ ୩୦୮୧ଟି ପୋସ ମେସିନ ଉପଲବ୍ଧ ଅଛି । ନିର୍ଦ୍ଧାରିତ ହୋଇଥିବା ୪୩୧୬ଟି ୟୁନିଟ ଏହିସେବା ଯାତ୍ରୀମାନଙ୍କୁ ଯୋଗାଇ ଦେଉଛନ୍ତି ।

ଯାତ୍ରୀମାନଙ୍କ ପସନ୍ଦର ପରିସରକୁ ସଂପ୍ରସାରଣ କରିବା ନିମିତ ଭାରତୀୟ ରେଳବାଇ ପକ୍ଷରୁ ଇ-କ୍ୟାଟେରିଂ ସେବା ବ୍ୟବସ୍ଥାର ପ୍ରଚଳନ କରାଯାଇଛି । ଏହି ସେବା ଆଇଆରସିଟିସି ଦ୍ୱାରା ପରିଚାଳିତ ହେଉଛି । ଆଗୁଆ ଇ-ଟିକେଟ ବୁକିଂ ସମୟରେ ଯାତ୍ରୀମାନେ ନିଜପାଇଁ ଖାଦ୍ୟ ଅର୍ଡର କରିପାରିବାର ବ୍ୟବସ୍ଥା କରାଯାଇଛି । କିମ୍ବା ଯାତ୍ରା ଆରମ୍ଭ କରିବା ସମୟରେ ୧୩୨୩କୁ କଲ କରି କିମ୍ବା ୱେବସାଇଟରୁ କଲସେଣ୍ଟର ଆପ ମାଧ୍ୟମରେ ଏହି ସେବା ପାଇପାରିବେ । ବର୍ତମାନ ୩୧୦ଟି ରେଳଷ୍ଟେସନରେ ୧୭୫୫ ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ ଏବଂ ୧୪ଟି ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ସହଯୋଗରେ ଦୈନିକ ହାରାହାରି ୪୧,୮୪୪ଟି ମିଲ୍ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଛି ।

Exit mobile version