Site icon ଆଜିକାଲି

ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡରେ ପରିବର୍ତ୍ତନ, ସାମିଲ ହେଲେ ୱାଶିଂଟନ୍ ସୁନ୍ଦର

ନୂଆଦିଲ୍ଲୀ : ବେଙ୍ଗାଲୁରୁରରେ ଅନୁଷ୍ଠିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ସ୍କ୍ୱାଡରେ ପରିବର୍ତ୍ତନ କରିଛି ଭାରତ। ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆରେ ଜଣେ ଅତିରିକ୍ତ ଅଲରାଉଣ୍ଡରଙ୍କୁ ସାମିଲ କରାଯାଇଛି। ରଣଜୀ ଟ୍ରଫିରେ ତାମିଲନାଡ଼ୁ ପାଇଁ ୧୫୨ ରନର ଦମଦାର ପାଳି ଖେଳିଥିବା ୱାଶିଂଟନ୍ ସୁନ୍ଦର ଟିମ୍ ଇଣ୍ଡିଆର ଟେଷ୍ଟ ଟିମରେ ଯୋଗ ଦେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଚାର ବିମର୍ଷ କରି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଓ ଚୟନକର୍ତ୍ତା ସ୍କ୍ୱାଡରେ ବାମହାତି ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସାମିଲ କରିଛନ୍ତି। ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ୱାଶିଂଟନ ସୁନ୍ଦର ପୁଣେରେ ଭାରତୀୟ ଦଳରେ ଯୋଗଦେବେ। ଏହାର ଅର୍ଥ ଭାରତର ଟେଷ୍ଟ ଟିମରେ ଚାରି ଜଣ ଅଲରାଉଣ୍ଡର ସାମିଲ ହୋଇଛନ୍ତି।

ତେବେ ସୁନ୍ଦର ଯୋଗଦେବା ପୂର୍ବରୁ ଭାରତୀୟ ଦଳରେ ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲଙ୍କ ଭଳି ଅଭିଜ୍ଞ ଅଲରାଉଣ୍ଡର ରହିଛନ୍ତି। ତେଣୁ ଚତୁର୍ଥ ଅଲରାଉଣ୍ଡର ଭାବେ ସୁନ୍ଦରଙ୍କୁ ଦଳରେ ସାମିଲ କରିଛି ବିସିସିଆଇ। ଅର୍ଥାତ ପୁଣେ ଓ ମୁମ୍ବାଇରେ ଖେଳାଯିବାକୁ ଥିବା ଶେଷ ଦୁଇ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ସ୍କ୍ଲାଡ 16 ସଦସ୍ୟ ବିଶିଷ୍ଟ ହୋଇଛି। ୨୪ ଅକ୍ଟୋବରରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡ :-

ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ, ବିରାଟ କୋହଲି, କେଏଲ ରାହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧୃବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯଶପ୍ରୀତ ବୁମରା (ଉପ-ଅଧିନାୟକ), ମହମ୍ମଦ ସିରାଜ, ଆକାଶ ଦୀପ ଓ ୱାଶିଂଟନ ସୁନ୍ଦର।

Exit mobile version