Site icon ଆଜିକାଲି

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଆମେରିକାର ଓହିଓରେ ଜଣେ ଭାରତୀୟ ଛାତ୍ରଙ୍କୁ ତାଙ୍କ କାର୍ ଭିତରେ ଗୁଳିକରି ହତ୍ୟା କରାଯାଇଛି । ହତ୍ୟାର ଶିକାର ଭାରତୀୟ ଛାତ୍ରଙ୍କ ପରିଚୟ ଆଦିତ୍ୟ ଅଦଲଖା ବୋଲି ଜଣାପଡ଼ିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଦିତ୍ୟ ଅଦଲଖା ସିନସିନାଟି ମେଡିକାଲ୍ ସ୍କୁଲର ଚତୁର୍ଥ ବର୍ଷ ଛାତ୍ର ଥିଲେ।

ନଭେମ୍ବର ୯ରେ ଗୁଳିମାଡ଼ ସମ୍ପର୍କରେ ସୂଚନା ପାଇ ସିନସିନାଟି ପୋଲିସ୍ ଆଦିତ୍ୟଙ୍କୁ ରକ୍ତାକ୍ତ ଅବସ୍ଥାରେ ତାଙ୍କ କାର୍ ଭିତରୁ ଉଦ୍ଧାର କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମେଡିକାଲରେ ଉଚ୍ଚ ଶିକ୍ଷା ପାଇଁ ଆଦିତ୍ୟ ଉତ୍ତର ଭାରତରୁ ସିନସିନାଟି ଆସିଥିଲେ। ସେ ୨୦୧୮ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ କଲେଜରୁ ପ୍ରାଣୀ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଆଦିତ୍ୟ ୨୦୨୦ ମସିହାରେ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରୁ ଫିଜିଓଲୋଜିରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।

ଉଲ୍ଲେଖଯୋଗ୍ୟ, ଘଟଣା ଦିନ ଆଦିତ୍ୟଙ୍କ କାରକୁ କେହି ଦୁର୍ବୃତ୍ତ ଅନେକ ଥର ଧକ୍କା ମାରିଥିଲା । ଡ୍ରାଇଭର ପାର୍ଶ୍ୱ ଝରକାରେ ଅତି କମରେ ତିନୋଟି ବୁଲେଟ୍ ଛିଦ୍ର ଦେଖାଯାଇଥିଲା | ତାଙ୍କୁ କେଉଁ କାରଣରୁ ଓ କିଏ ଗୁଳିକରି ହତ୍ୟା କରିଥିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Exit mobile version