Site icon ଆଜିକାଲି

ଶ୍ରୀଲଙ୍କା ଗସ୍ତ କରିବ ଭାରତୀୟ ଟିମ୍‌, ପ୍ରଥମ ମ୍ୟାଚ୍‌ରେ ଦଳ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ

ବେଙ୍ଗାଲୁରୁ : ଆଉ ଦିନକ ପରେ ଆରମ୍ଭ ହେବ ଏସିଆ କପ୍‌ ୨୦୨୩ । ପାକିସ୍ତାନ ଓ ଶ୍ରୀଲଙ୍କାରେ ହାଇବ୍ରିଡ୍‌ ନିୟମ ଅନୁସାରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏହିକ୍ରମରେ ଭାଗ ନେବାକୁ ଥିବା ସମସ୍ତ ଟିମ୍‌ ଏବେ ଉଭୟ ଦେଶକୁ ଗସ୍ତ କରିବାରେ ଲାଗିଛନ୍ତି ।

ସେପଟେ ମଙ୍ଗଳବାର ଭାରତୀୟ ଦଳ ଶ୍ରୀଲଙ୍କା ଯାତ୍ରା କରିବ । ଏସିଆ କପ୍‌ ପାଇଁ ଦଳ ଆଲୁର କ୍ରିକେଟ୍‌ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ କରିଥିଲା । ଗତ ରବିବାର ବିଶ୍ରାମ ଦିବସ ପରେ ଦଳୀୟ ଖେଳାଳି ପୁଣି ଥରେ ଅଭ୍ୟାସ କରିଥିଲେ । ଷ୍ଟାର୍‌ ବ୍ୟାଟର ବିରାଟ କୋହଲି ଓ ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନ୍ୟ ବ୍ୟାଟରମାନେ ନେଟ୍‌ସରେ ଉଭୟ ପେସ୍‌ ଓ ସ୍ପିନରଙ୍କୁ ସାମ୍ନା କରିଥିଲେ । ଭାରତୀୟ ଦଳ ଆସନ୍ତା ୨ ତାରିଖ ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ । ପ୍ରଥମ ମ୍ୟାଚ୍‌ରେ ଦଳ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ।

ଏସିଆ କପ୍‌-୨୦୨୩ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା (ଅଧିନାୟକ), ଶୁଭମନ୍‌ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଇଷାନ୍‌ କିଷାନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ( ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍‌, ଶର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍‌ରାହ, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲ୍‌ଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣ ।
ଷ୍ଟାଇବାଇ ଖେଳାଳି-: ସଞ୍ଜୁ ସାମସନ୍‌

Exit mobile version