Site icon ଆଜିକାଲି

ଦକ୍ଷିଣ ଆଫ୍ରିକାକୁ ୨୭ରନ୍‌ରେ ହରାଇଲା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

BENONI, SOUTH AFRICA - JANUARY 18: Players of India pose for a photo during the ICC Women's U19 T20 World Cup 2023 match between India and Scotland at Willowmoore Park B Field on January 18, 2023 in Benoni, South Africa. (Photo by Johan Rynners-ICC/ICC via Getty Images)

ମୁମ୍ବାଇ : ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ଜଲଓ୍ୱା। ବିଜୟ ଅଭିଯାନରୁ ବର୍ଷର ଆରମ୍ଭ କଲା ଦଳ । ଦକ୍ଷିଣ ଆଫ୍ରିକାକୁ ୨୭ରନ୍‌ରେ ପରାଜୟ କରିଛି ଭାରତ । ସେହିପରି ମ୍ୟାଚ୍‌ରେ ଭାରତ ପକ୍ଷରୁ ପଦାର୍ପଣ କରିଥିଲେ ଅମନଜିତ୍‌ କୌର ।

ଦକ୍ଷିଣ ଆଫ୍ରିକା, ଭାରତ ଏବଂ ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟ୍ରାଇ-ସିରିଜ୍‌ ଆରମ୍ଭ ହୋଇଛି । ଏହି ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୧୧.୪ ଓଭରରେ ଭାରତୀୟ ଦଳ ମାତ୍ର ୬୯ ରନ୍‌ରେ ୫ଟି ଓ୍ୱିକେଟ୍‌ ହରାଇଥିଲା । ଏହାପରେ ଡେବ୍ୟୁ କରିଥିବା ଅମନଜିତ୍‌ କୌର ଦୁର୍ଦ୍ଦଶ ପାରି ଖେଳିଥିଲେ । ସେ ୩୦ ବଲ୍‌ରେ ୪୧ ରନ୍‌ କରିଥିବା ବେଳେ ଦିପ୍ତୀ ଶର୍ମା ୨୩ ବଲ୍‌ରେ ୩୩ ରନ୍‌ ସଂଗ୍ରହ କରିଥିଲେ । ଉଭୟଙ୍କ ଏହି ବହୂମୂଲ୍ୟ ପାରି ବଳରେ ଦଳ ମୋଟ ୨୦ ଓଭର ଖେଳି ୧୪୭ ରନ୍‌ କରିବାରେ ସକ୍ଷମ ହୋଇଥିଲା ।

୧୪୮ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିଲା ଦକ୍ଷିଣ ଆଫ୍ରିକା ଦଳ । ମାତ୍ର ଭାରତୀୟ ବୋଲିଂର ସଠିକ୍‌ ମୁକାବିଲା କରିପାରିନଥିଲା । ସ୍ପିନର ଦିପ୍ତୀ ଶର୍ମା ମୋଟ ୪ ଓଭର ବୋଲିଂ କରି ୩୦ ରନ୍‌ ଦେଇ ବହୂମୂଲ୍ୟ ୩ଟି ଓ୍ୱିକେଟ୍‌ ନେଇଥିବା ବେଳେ ସ୍ପିନର ଦେବିକା ୩ ଓଭର ବୋଲିଂରେ ୧୯ ରନ୍‌ ଦେଇ ୨ଟି ଓ୍ୱିକେଟ୍‌ ନେଇଛନ୍ତି । ଏହାବାଦ୍‌ ରାଜଶ୍ରୀ ଗାଏକଓ୍ୱାଡ୍‌, ସ୍ନେହା ଶର୍ମା, ରାଧା ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍‌ ନେଇଛନ୍ତି ।
ଶେଷରେ ଦକ୍ଷିଣ ଆଫ୍ରିକା ଟିମ୍‌ ୨୦ ଓଭର ଖେଳି ୯ଟି ଓ୍ୱିକେଟ୍‌ ହରାଇ ୧୨୦ ରନ୍‌ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ୍‌ରେ ଦମ୍‌ଦାମର ପ୍ରଦର୍ଶନ ଲାଗି ଅମନଜିତ୍‌ କୌରଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା ।

FacebookTwitterLinkedinWhatsapp
Exit mobile version