Site icon ଆଜିକାଲି

ଭାରତର ଅଟୋମୋବାଇଲ୍ ରପ୍ତାନୀ ୨୧ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ : ଭାରତର ଅଟୋମୋବାଇଲ୍‌ ରପ୍ତାନୀରେ ୨୧ ପ୍ରତିଶତ ହ୍ରାସ । ବିଦେଶ ବଜାରରେ ଭୂରାଜନୈତିକ ଅସ୍ଥିରତା ଓ ମାନ୍ଦାବସ୍ଥା ଯୋଗୁ ରପ୍ତାନୀ ହ୍ରାସ ହୋଇଛି ବୋଲି ସୋସାଇଟି ଅଫ୍ ଇଣ୍ଡିଆ ଅଟୋମୋବାଇଲ୍ ମ୍ୟାନୁଫାକଚର୍ସ (ଏସଆଇଏଏମ) ରିପୋର୍ଟ ଦେଇଛି।

ଏସ୍‌ଆଇଏଏମ୍‌ର ରିପୋର୍ଟ ଅନୁସାରେ, ୨୦୨୩ରେ ୪୨,୮୫,୮୦୯ ୟୁନିଟ କାର୍ ଆଦି ଗାଡ଼ି ବିକ୍ରି ହୋଇଛି। ହେଲେ ୨୦୨୨ରେ ଏହାର ୫୨,୦୪,୯୬୬ ୟୁନିଟ ଗାଡ଼ି ବିକ୍ରି ହୋଇଥିଲା। ତେବେ ଯାତ୍ରୀବାହୀ ଗାଡ଼ିର ରପ୍ତାନୀ ସାମାନ୍ୟ ବୃଦ୍ଧି ପାଇ ୬,୭୭,୯୫୬ ୟୁନିଟ୍ ହୋଇଛି। ଯାହା ୨୦୨୨ରେ ୬,୪୪,୮୪୨ ୟୁନିଟ୍ ଥିଲା। ସେହିପରି ଅନ୍ୟ ସେଗ୍‌ମେଣ୍ଟରେ ଯଥା କମର୍ସିଆଲ୍ ଗାଡ଼ି- ମୋଟର ସାଇକଲେ ଓ ତିନି ଚକିଆ ଯାନ ବିକ୍ରି ୨୦୨୨ ଅପେକ୍ଷା ୨୦ ହ୍ରାସ ପାଇଛି। ୨୦୨୨ରେ ୪୦, ୫୩,୨୫୪ ୟୁନିଟ୍ ବିକ୍ରି ହୋଇଥିଲ। ୨୦୨୩ରେ ୩୨,୪୩,୬୭୩ ୟୁନିଟ ବିକ୍ରି ହୋଇଛି। ସେହିପରି କମର୍ସିଆଲ ଗାଡ଼ି ଶିପ୍‌ମେଣ୍ଟ ୬୮,୪୭୩ ୟୁନିଟ୍‌ ରପ୍ତାନୀ ହୋଇଥିବା ବେଳେ ୨୦୨୨ରେ ଏହା ୮୮,୩୦୫ ୟୁନିଟ୍‌ ଥିଲା। ବିଶେଷ କରି ତିନି ଚକିଆ ଯାନ ରପ୍ତାନୀରେ ୩୦ ପ୍ରତିଶତ ହ୍ରାସ ପାଇଛି। ୨୦୨୩ରେ ୨,୯୧,୯୧୯ ୟୁନିଟ୍ ରପ୍ତାନୀ ହୋଇଥିବା ବେଳେ ୨୦୨୨ରେ ଏହା ୪,୧୭୮ ୟୁନିଟ ରହିଥିଲା ବୋଲି ଏସ୍‌ଆଇଏଏମ୍‌ ମହା ନିର୍ଦ୍ଦେଶକ ରାଜେଶ ମେନନ ପିଟିଆଇକୁ ସୂଚନା ଦେଇ କହିଛନ୍ତି।

ସୂଚନା ଥାଉକି ଆର୍ଥିକ ବର୍ଷ ଏପ୍ରିଲ-ଡିସେମ୍ବରରେ ମାରୁତି ସୁଜୁକି ଯାତ୍ରୀବାହୀ ଯାନ ରପ୍ତାନୀର ସବୁଠାରୁ ଆଗରେ ଥିଲେ। କମ୍ପାନୀ ୨,୦୩,୭୮୬ ୟୁନିଟ୍ ବିକ୍ରି କରିଥିଲା। ବର୍ଷକ ପୂର୍ବରୁ କମ୍ପାନୀ ୧,୯୨,୦୭୧ ୟୁନିଟ୍ ଗାଡ଼ି ବିକ୍ରି କରିଥିଲା। ଏଥର ୬ ପ୍ରତିଶତ ଅଧିକ ଯାତ୍ରୀବାହୀ ଯାନ ରପ୍ତାନୀ କରିଛି ମାରୁତି।

Exit mobile version