Site icon ଆଜିକାଲି

ବିଶ୍ବକପରୁ ଭାରତର ବିଦାୟ, ନାଁ ନନେଇ ପରିହାସ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଚଳିତ ଟି-୨୦ ବିଶ୍ବକପରେ ଭାରତର ଅଭିଯାନ ଶେଷ ହୋଇଛି । ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡଠୁ ପରାସ୍ତ ହୋଇ ଭାରତର ଟ୍ରଫି ସ୍ବପ୍ନ ଚୁରମାର ହୋଇଛି । ୧୩ ତାରିଖରେ ବିଶ୍ବକପ ଫାଇନାଲ ମ୍ୟାଚ ଖେଳାଯିବ । ଏଥିରେ ପାକିସ୍ତାନ ଓ ଇଂଲଣ୍ଡ ମୁହାମୁହିଁ ହେବେ । ସେମିରେ ଭାରତର ପରାଜୟ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଟ୍ବିଟ କରି ଟାର୍ଗେଟ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଟ୍ବିଟ କରି ରବିବାର ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଫାଇନା ମ୍ୟାଚ୍‌ ବିଷୟରେ କହିଛନ୍ତି।

ଏଠାରେ ଭାରତୀୟ ଦଳକୁ ଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି । ଯାହାକୁ ନେଇ ଭାରତୀୟ ଫ୍ୟାନ୍ସ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହ ଜବାବ ମଧ୍ୟ ଦେଇଛନ୍ତି । ଶହବାଜ ଟ୍ବିଟରେ ଲେଖିଛନ୍ତି ରବିବାର ୧୫୨/୦ ବନାମ ୧୭୦/୦ରେ ଫାଇନାଲ ମୁକାବିଲା ହେବ । ଭାରତ ଇଂଲଣ୍ଡ ବିପକ୍ଷରେ ଦ୍ବିତୀୟ ସେମି ଫାଇନାଲରେ ୧୦ ୱିକେଟରେ ପରାସ୍ତ ହୋଇଛି । ଏଥିରେ ଇଂଲଣ୍ଡ ବିନା ୱିକେଟ ହରାଇ ୧୭୦ରନ କରି ବିଜୟ ହାସଲ କରିଥିଲା । ପୂର୍ବ ଟି -ଟ୍ବେଣ୍ଟି ବିଶ୍ବକପରେ ଭାରତକୁ ପାକିସ୍ତାନ ୧୦ ୱିକେଟରେ ପରାସ୍ତ କରିଥିଲା । ସେହି ସମୟରେ ପାକିସ୍ତାନ ସ୍କୋର ଥିଲା ୧୫୨/୦ । ଟ୍ବିଟ ଜରିଆରେ ଏହି କଥା କହିଛନ୍ତି ପାକିସ୍ତାନ ପିଏମ ।

ପାକ୍ ପିଏମଙ୍କ ଟ୍ବିଟ ପରେ ଭାରତୀୟ ୟୁଜର୍ସ କ୍ଷୋଭ ପ୍ରକାଶ କରିଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି ତୁମେ କାହାକୁ ସମର୍ଥନ କରିବ । କାରଣ ତମେ ଇଂଲଣ୍ଡରେ ହିଁ ନିବେଶ କରୁଛ। ଆଉ ଜଣେ ୟୁଜର୍ସ ଲେଥିଛନ୍ତି ତୁମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନା ପାକିସ୍ତାନ କମେଡିଆନ । ଭାରତୀୟ ୟୁଜର୍ସ ଶହବାଜଙ୍କୁ ୧୯୭୧ ଲଢେଇ କଥା ମନେ ପକାଇ ଦେଇ କହିଛନ୍ତି, ତୁମ ରେକର୍ଡ ତ ୯୩୦୦୦/୦ ଥିଲା । ଖାଲି ଭାରତୀୟ ୟୁଜର୍ସ ନୁହେଁ ପାକିସ୍ତାନ ୟୁଜର୍ସ ମଧ୍ୟ ଶହବାଜଙ୍କୁ ଟ୍ରୋଲ କରିଛନ୍ତି । ସେ କହିଛନ୍ତି ବିଶ୍ବକପ ଛଡା ମାଟି ଉପରେ ବି ଧ୍ୟାନ ଦିଅ ।

Exit mobile version