Site icon ଆଜିକାଲି

ଆଜି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ-ଏଲ୍୧

ବେଙ୍ଗାଲୁରୁ: ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ- ଏଲ୍୧’ ଆଜି (ଶନିବାର) ଅପରାହ୍ନ ୪ଟାରେ ନିଜ ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ଲାଗ୍ରେଞ୍ଜ ପଏଣ୍ଟ (ଏଲ୍୧)ରେ ପହଞ୍ଚିବ।

ଚାରିମାସ ତଳେ ଅର୍ଥାତ୍ ସେପ୍ଟେମ୍ବର ୨, ୨୦୨୩ରେ ଭାରତୀୟ ସମୟ ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ‘ଆଦିତ୍ୟ- ଏଲ୍୧’ର ଉତକ୍ଷେପଣ ହୋଇଥିଲା।

‘ଆଦିତ୍ୟ- ଏଲ୍୧’ ଯେଉଁ ଲାଗ୍ରେଞ୍ଜ ପଏଣ୍ଟ (ଏଲ୍୧)ରେ ପହଞ୍ଚିବ, ପୃଥିବୀଠାରୁ ତାହାର ଦୂର ୧୫ ଲକ୍ଷ କିଲୋମିଟର। ଲାଗ୍ରେଞ୍ଜ ପଏଣ୍ଟ ହେଉଛି ଏକ କକ୍ଷ ଯେଉଁଠି ସୂର୍ଯ୍ୟ ଏବଂ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବରାବର ରହିଥାଏ । ଏଠାରେ ବିନା ବାଧାରେ ସୂର୍ଯ୍ୟର ଗତିବିଧିକୁ ଅନୁଧ୍ୟାନ କରିହେବ। ଏହାଛଡ଼ା ଲାଗ୍ରେଞ୍ଜ ପଏଣ୍ଟରେ ମହାକାଶଯାନର ଇନ୍ଧନ ଖର୍ଚ୍ଚ ମଧ୍ୟ କମ୍ ହୁଏ |

ଲାଗ୍ରେଞ୍ଜ ପଏଣ୍ଟ ଫରାସୀ ଗଣିତଜ୍ଞ ଜୋସେଫ ଲୁଇ ଲାଗ୍ରେଞ୍ଜଙ୍କ ନାମରେ ନାମିତ ହୋଇଛି, ଯିଏ ଅଷ୍ଟାଦଶ ଶତାବ୍ଦୀରେ ଏହି ‘ବିନ୍ଦୁ’ର ଆବିଷ୍କାର କରିଥିଲେ |

ମହାକାଶରେ ଏହା ଭାରତର ପ୍ରଥମ ଅବଜେର୍ଭୋଟରି | ଏହା ପୃଥିବୀର ନିକଟତମ ତାରା ସୂର୍ଯ୍ୟ ଉପରେ ନଜର ରଖିବ ଏବଂ ସୌର ପବନ ପରି ମହାକାଶ ପାଗର ବୈଶିଷ୍ଟ୍ୟ ଅଧ୍ୟୟନ କରିବ |

Exit mobile version