Site icon ଆଜିକାଲି

ଭାରତର ସବୁଠୁ ସଫଳ ଓପନର ରୋହିତ ଶର୍ମା

ନୂଆଦିଲ୍ଲୀ: ପୂର୍ବତନ ଓପନର ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହ୍ଵାଗଙ୍କ ରେକର୍ଡ ଭାଙ୍ଗିଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା। ହିଟ୍‌ମ୍ୟାନ୍ ନାମରେ ପରିଚିତ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ଶତକ ଭାରତର ବିଜୟରେ ହାସଲ କରିଛନ୍ତି। ଏଥିସହ ସେ ଭାରତର ସବୁଠୁ ସଫଳ ଓପନର ହେବାର ଉପଲବ୍ଧି ହାସଲ କରିଛନ୍ତି। ରୋହିତ ଶର୍ମା ଏହି କୃତିତ୍ଵ ଫେବୃଆରୀ ୧୧ ଶନିବାର ନାଗପୁରରେ ସଂପନ୍ନ ପ୍ରଥମ ଟେଷ୍ଟରେ ହାସଲ କରିଛନ୍ତି।

ଡାହାଣହାତୀ ବ୍ୟାଟର ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଛନ୍ତି। ଉକ୍ତ ମ୍ୟାଚ୍‌କୁ ଭାରତ ଇନିଂସ ଏବଂ ୧୩୨ ରନରେ ଜିତି ନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଏହା ୩୧ତମ ଶତକ ଥିଲା, ଯାହା ଭାରତ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହିପରି ସେ ସଚିନ ତେନ୍ଦୁଲକରଙ୍କ ପଛରେ ପକାଇଛନ୍ତି। ଭାରତର ବିଜୟରେ ସଚିନ ୩୦ ଶତକ ଅର୍ଜନ କରିଥିଲେ।

ତୃତୀୟ ସ୍ଥାନରେ ଅଛନ୍ତି ବୀରେନ୍ଦ୍ର ସେହ୍ଵାଗ। ଭାରତର ବିଜୟରେ ସେ ଓପନର ଭାବେ ୨୧ଟି ଶତକ ହାସଲ କରିଥିଲେ। ତେବେ ରୋହିତ ଶର୍ମା ଉଭୟ ସଚିନ ଏବଂ ସେହ୍ଵାଗଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏପରିକି ତିନି ଫର୍ମାଟ୍‌ର ଅଧିନାୟକ ଭାବେ ରୋହିତ ଶତକ ଅର୍ଜନ କରି ଏହି ରେକର୍ଡ ନିଜ ନାମରେ କରିଛନ୍ତି।

Exit mobile version