Site icon ଆଜିକାଲି

ଏସିଆ କପରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଭାରତର ସମ୍ଭାବ୍ୟ ଏକାଦଶ !

ଦୁବାଇ : ଆଜି ଠାରୁ ଆରମ୍ଭ ହେବ ଏସିଆ କପ୍-୨୦୨୨ । ଉଦଘାଟନୀ ଉତ୍ସବରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ । sehi[୫ ଆସନ୍ତାକାଲି ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ମ୍ୟାଚ୍ ଖେଳାଯିବ । ଏହାର ଅର୍ଥ ହେଉଛି ଭାରତ ଓ ପାକିସ୍ତାନର କ୍ରିକେଟ୍ ଦଳ ମୁହାଁମୁହିଁ ହେବେ । ଏହାପୂର୍ବରୁ ଜାଣନ୍ତୁ, ପାକିସ୍ତାନ ବିପକ୍ଷ ମ୍ୟାଚରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ କିପରି ହୋଇପାରେ ।

ତେବେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କୋଚ୍ ଭିଭିଏସ୍ ଲକ୍ଷ୍ମଣଙ୍କ ପାଇଁ ପ୍ଲେଇଂ ଇଲେଭେନ ଚୟନ କରିବା ସହଜ ହେବ ନାହିଁ । ଦୀନେଶ କାର୍ତ୍ତିକ ଓ ଦୀପକ ହୁଡାଙ୍କ ମଧ୍ୟରୁ କିଏ ଖେଳିବ? ଭୁବନେଶ୍ୱର କୁମାରଙ୍କ ସହଭାଗୀ କିଏ ହେବ? ଏପରି ଅନେକ ପ୍ରଶ୍ନ ଅଛି ଯାହା ଉତ୍ତର ଦେବା ବର୍ତ୍ତମାନ ସହଜ ହେବ ନାହିଁ ।

ଅଧିନାୟ ରୋହିତ ଶର୍ମା ଓ କେ.ଏଲ୍ ରାହୁଲ ଏସିଆ କପରେ ଭାରତ ପାଇଁ ଓପନିଂ କରିବେ । ଏଥି ସହିତ ବିରାଟ କୋହଲି ତିନି ନମ୍ବରରେ ଖେଳିବେ । ଯଦିଓ କୋହଲି ଫର୍ମରେ ନାହାଁନ୍ତି, ତଥାପି ଦଳରେ ରହିବା ବିରୋଧୀ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେ ଏକାକୀ କେତେବେଳେ ମଧ୍ୟ ନିଜ ଦଳକୁ ବିଜୟ ଆଡକୁ ଦେଇପାରନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ନମ୍ବରରେ, ଋଷଭ ପନ୍ତ ପଞ୍ଚମ ନମ୍ବରରେ, ଷଷ୍ଠ ନମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସପ୍ତମ ସ୍ଥାନରେ ଦୀନେଶ କାର୍ତ୍ତିକ ଖେଳିପାରନ୍ତି । ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଚମତ୍କାର ଫର୍ମରେ ଅଛନ୍ତି । ସେ ଏହି ଫର୍ମାଟର ଆଇସିସି ର଼୍ୟାଙ୍କିଙ୍ଗରେ ଦୁଇ ନମ୍ବରରେ ଅଛନ୍ତି । ଏଥି ସହିତ ହାର୍ଦ୍ଦିକଙ୍କ ପୂରା ଚାରି ଓଭର ବୋଲିଂ ଯୋଗୁଁ ଦଳ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କ ସହ ଯାଇପାରେ । ଟିମ୍ ଇଣ୍ଡିଆର ବୋଲିଂ ବିଭାଗ ବିଷୟରେ କହିବାକୁ ଗଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ସ୍ପିନ୍ ବିଭାଗ ସମ୍ଭାଳିବେ । ଭୁବନେଶ୍ୱର କୁମାର ଓ ଅର୍ଶଦୀପ ସିଂଙ୍କ କାନ୍ଧରେ ଦ୍ରୁତ ବୋଲିଂ ବିଭାଗର ଭାର ରହିବ । ଉଭୟଙ୍କୁ ସମର୍ଥନ ହାର୍ଦ୍ଦିକ ପାଣ୍ଡ୍ୟା ଦେବ ।

ପାକିସ୍ତାନ ବିପକ୍ଷରେ ଭାରତର ସମ୍ଭାବ୍ୟ ଏକାଦଶ – ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ ଓ ଅର୍ଶଦୀପ ସିଂ ।

Exit mobile version