Site icon ଆଜିକାଲି

ଭାରତର ଦମଦାର ବିଜୟ, ପାକିସ୍ତାନ ବିପକ୍ଷରେ ଭାରତର ସବୁଠୁ ବିଶାଳ ବିଜୟ

କେନ୍ୟୁଜ୍ : ଏସିଆ କପର ସୁପର ୪ ମ୍ୟାଚ୍ ରେ ଭାରତର ଦମଦାର ବିଜୟ। ୨୨୮ ରନ୍ ରେ ପାକିସ୍ତାନକୁ ପରାସ୍ତ କରିଛି ଭାରତ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିବା ପାକିସ୍ତାନ ୩୨ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୨୮ ରନ୍ କରିବାକୁ ସମର୍ଥ ହୋଇଛି । ପାକିସ୍ତାନ ୧୧ ଓଭର ଖେଳିବା ପରେ ବର୍ଷା ପାଇଁ ମ୍ୟାଚ ଅଧାରୁ ଅଟକିଥିଲା । ୩୫୭ ରନର ବିଶାଳ ଟାର୍ଗେଟ ପିଛା କରି ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟ ସାମ୍ନା କରିଥିଲା । ଏହାପରେ ନିୟମିତ ବ୍ୟବଧାନରେ ଦଳ ୱିକେଟ ହରାଇଥିଲା। କୁଲଦୀପ ଯାଦବ ସର୍ବାଧିକ ୫ ୱିକେଟ ହାସଲ କରି ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ।

ଆଜି ରିଜର୍ଭ ଡେ’ରେ ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ ରାହୁଲ ଓ ବିରାଟ । ପାକିସ୍ତାନୀ ବୋଲରଙ୍କୁ ଧୁଲେଇ କରିଥିଲେ। ପ୍ରାୟ ଅଢେଇ ବର୍ଷ ପରେ କେ ଏଲ ରାହୁଲଙ୍କ ବ୍ୟାଟରୁ ଶତକୀୟ ପାଳି ଦେଖିବାକୁ ମିଳିଥିଲା। ୮୪ ବଲ୍ ଖେଳି ଶତକ ହାସଲ ପରେ ବାରିଟ୧୩,୦୦୦ ରନ୍ କ୍ଲବରେ ସାମିଲ ହୋଇଛନ୍ତି ।

Exit mobile version