Site icon ଆଜିକାଲି

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପ, ରିକ୍ଟରସ୍କେଲରେ ତୀବ୍ରତା ୬.୨ ରେକର୍ଡ

ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆର ସୁମାତ୍ରା ଦ୍ବୀପ ତଟବର୍ତ୍ତୀ ଅଞ୍ଚଳ । ରିକ୍ଟରସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁନାମୀ ଚେତାବନୀ ଦିଆଯାଇଛି ।

ଇଣ୍ଡୋନେସିଆ ପାଣିପାଗ ବିଜ୍ଞାନ ଓ ଜଳବାୟୁ ବିଜ୍ଞାନ ଏବଂ ଭୂତତ୍ବ ଏଜେନ୍ସି ଦ୍ବାରା ଭୂମିକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ ମୁତାବକ, ଏହି ବଡ଼ ଭୂମିକମ୍ପର ଝଟକା କେନ୍ଦ୍ରସ୍ଥଳିରୁ ୧୨୦ କିଲୋମିଟର ଉତ୍ତର-ପୂର୍ବରେ ସ୍ଥିତି ସମତଳ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ଇଣ୍ଡୋନେସିଆ-ପ୍ରଶାନ୍ତ ମହାସାଗରରେ ଥିବା ରିଂଗ ଅଫ୍ ଫାୟାର ଜୋନରେ ପ୍ଲେଟ୍ ଟାକ୍ଟୋନିକ୍ ଥିୟୋରି ପାଇଁ ବାରମ୍ବାର ଭୂମିକମ୍ପ ଝଟକା ଲାଗୁଥିବା କୁହାଯାଉଛି ।

ଆମେରିକା ଜିୟୋଲୋଜିକାଲ ସର୍ଭେ ରିପୋର୍ଟ ଅନୁଯାୟୀ, ସୋମବାର ସକାଳ ସାଢେ ୬ଟା ସମୟରେ ଏହି ଭୂମିକମ୍ପ ଝଟକା ଲାଗିଥିଲା । ଭୂମିକମ୍ପରେ ସୁମାତ୍ରା ଦ୍ବୀପର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଥରି ଉଠିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳି ଆଚେ ପ୍ରାନ୍ତର ସିଙ୍ଗକିଲ୍ ସହର ଠାରୁ ୪୮ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଛି । ସେହିପରି ଭୂପୃଷ୍ଠରୁ ୪୮ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରବିନ୍ଦୁ ରହିଛି । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ରିପୋର୍ଟ ମିଳିନଥିବାବେଳେ ଲୋକଙ୍କୁ ସୁନାମୀ ସତର୍କତା ଦିଆଯାଇଛି ।

ସୂଚନା ଯେ, ଗତ ୨୦୧୨ ନଭେମ୍ବର ୨୧ ତାରିଖରେ ଜାଭା ମୁଖ୍ୟ ଦ୍ବୀପର ଜନବସତି ଅଞ୍ଚଡଳରେ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟରସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଥିଲା । ଏଥିରେ ୬୦୨ଜଣଙ୍କ ମୃତ୍ୟୁ ହୋଇଥିଲା ।

Exit mobile version