Site icon ଆଜିକାଲି

ଇନ୍ଦୋର ଟେଷ୍ଟ : ପ୍ରଥମ ଦିନ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ସ୍କୋର ୧୫୬/୪

ଇନ୍ଦୋର : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବର୍ଡର୍‌ ଗାଭାସ୍କର ଟ୍ରଫି ସିରିଜର ୩ୟ ଟେଷ୍ଟ ବୁଧବାର ଠାରୁ ଆରମ୍ଭ ହୋଇଛି । ଇନ୍ଦୋରରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ବ୍ୟାକଫୁଟ୍‌ରେ ଭାରତ। ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟର ଅଷ୍ଟ୍ରେଲିଆ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। କଙ୍ଗାରୁ ସ୍ପିନରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଦଳ ୧୦୯ ରନରେ ଅଲଆଉଟ୍ ହୋଇଛି। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଦିନର ଷ୍ଟମ୍ପଅପସାରଣ ସୁଦ୍ଧା ୪ ଓ୍ଵିକେଟ୍ ହରାଇ ୧୫୬ ରନ କରିଛି। ହାତରେ ଆହୁରି ୬ ଓ୍ଵିକେଟ୍ ବାକି ଥା ଭ୍ରମଣକାରୀ ଦଳ ଘରୋଇ ଭାରତଠୁ ୪୭ ରନରେ ଅଗ୍ରଣୀ ହାସଲ କରିଛି। ପିଟର ହ୍ୟାଣ୍ଡସ୍କମ୍ବ ୭ ରନ ଏବଂ କ୍ୟାମେରୁନ ଗ୍ରୀନ ୬ ରନ କରି କ୍ରିଜରେ ଖେଳୁଛନ୍ତି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ସମସ୍ତ ୪ ଓ୍ଵିକେଟ୍ ନେଇ ଭାରତୀୟ ଶିବିରରେ କିଛି ଆଶା ସଞ୍ଚାର କରିଛନ୍ତି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଏମିତି ଦୟନୀୟ ପ୍ରଦର୍ଶନ କରିଛି ଯେ, ଜଣେ ହେଲେ ବ୍ୟାଟର ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ୨୨ ରନ କରିଥିବା କୋହଲି ହିଁ ଭାରତୀୟ ଇନିଂସ ସର୍ବାଧିକ ସ୍କୋରର ରହିଛନ୍ତି। ଅଷ୍ଟ୍ରେଲୀୟ ବୋଲର ଏମ କୁହନେମନ ମାତ୍ର ୧୬ ରନ ଦେଇ ୫ଟି ଓ୍ଵିକେଟ୍ ନେଇଥିବା ବେଳେ ନାଥନ ଲିୟନ ୩୫ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି।

ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରି ୧୨ ରନ ସ୍କୋରରେ ଟ୍ରେଭିସ୍ ହେଡ୍‌(୯ ରନ)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଉସ୍ମାନ ଖ୍ଵାଜା ଏବଂ ମାର୍ନସ ଲାବୁସେନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୯୬ ରନ ଯୋଡିଥିଲେ। ଲାବୁସେନଙ୍କୁ ଆଉଟ୍ କରି ଜାଡେଜା ଏହି ଯୋଡି ଭାଙ୍ଗିଥିଲେ। ଲାବୁସେନ ୩୧ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ଲଗାତାର ୩ ଓ୍ଵିକେଟ୍ ହରାଇଥିଲା। ଜାଡେଜା ଘାତକ ବୋଲିଂ କରି ସମସ୍ତ ଓ୍ଵିକେଟ୍ ନେଇଥିଲେ। ଅର୍ଦ୍ଧଶତକ ହାସଲ କରି କ୍ରିଜରେ ଜମିଥିବା ଖ୍ଵାଜା ୪ ଚୌକା ଜରିଆରେ ୬୦ ରନ କରିଥିଲେ। ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୨୬ ରନ କରି ଜାଡେଜାଙ୍କ ଶିକାର ହୋଇଥିଲେ। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ୧୫୬ ରନ କରିଛି। ଦଳ ଭାରତଠୁ ୪୭ ନରେ ଅଗ୍ରଣୀ ହାସଲ କରିଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୬୩ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି। ବାକି ବୋଲରଙ୍କୁ କୌଣସି ଓ୍ଵିକେଟ୍ ମିଳିନାହିଁ।

ତୃତୀୟ ଟେଷ୍ଟରେ ଟସ୍‌ ଜିତି ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ହେଲେ କଙ୍ଗାରୁ ଟିମ୍‌ର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଟିମ୍‌ ଇଣ୍ଡିଆ ବ୍ୟାଟର୍‌ । ଲଗାତର ଅନ୍ତରାଳରେ ପଡିଯାଇଲା ଓ୍ୱିକେଟ୍‌ । ରୋହିତ ଶର୍ମା ୧୨, ଶୁଭମନ୍‌ ଗିଲ୍‌ ୨୧, ଚେତେଶ୍ୱର ପୂଜାରା ୧, ବିରାଟ କୋହଲି ୨୨, ରବିନ୍ଦ୍ର ଜାଡେଜା ୪, ଶ୍ରେୟସ ଆୟର ୦, ଶ୍ରିକର ଭାରତ ୧୭, ରବିଚନ୍ଦ୍ରନ ଅଶ୍ୱିନୀ ୩, ଉମେଶ ଯାଦବ ୧୭ ରନ୍‌ କରିଥିବା ବେଳେ ମହମ୍ମଦ ସିରାଜ ଖାତା ନଖୋଲି ପେଭିଲିୟନ୍‌ ଫେରିଛନ୍ତି । ଅକ୍ଷର ପଟେଲ୍‌ ବ୍ୟକ୍ତିଗତ ଭାବେ ୧୨ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ ୨୨ ରନ୍‌ କରିଛନ୍ତି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଥୁ କୁହ୍ନେମାନ୍‌ ସର୍ବାଧକ ୫ଟି ଓ୍ୱିକେଟ୍‌ ନେଇଥିବା ବେଳେ ନାଥନ ଲାୟନ ୩ଟି ଲେଖାଏଁ ଶିକାର କରିଛନ୍ତି । ବାକି ଟଡ ମୁର୍ଫିଙ୍କ ଖାତାରେ ଗୋଟିଏ ଓ୍ୱିକେଟ୍‌ ପଡିଛି ।

Exit mobile version