Site icon ଆଜିକାଲି

ଜୁନ୍ ୯ରୁ ଭୁବନେଶ୍ୱରରେ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନ୍ ୯ରୁ ୧୮ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ ଫୁଟବଲ୍ ଟୁର୍ନାମେଣ୍ଟର ତୃତୀୟ ସିଜନ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ବ୍ୟତୀତ ଅନ୍ୟ ତିନି ଦଳ ଲେବାନନ୍, ମଙ୍ଗୋଲିଆ ଓ ଭାନୁଆଟୁ ଅଂଶଗ୍ରହଣ କରିବେ ।

ସଦ୍ୟତମ ଫିଫା ର଼୍ୟାଙ୍କିଙ୍ଗରେ ଲେବାନନ୍ ୯୯ତମ ସ୍ଥାନରେ ଥିବାବେଳେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣକାରୀ ଦଳ ମଧ୍ୟରେ ଭାରତ ୧୦୧ତମ ସ୍ଥାନରେ ରହିଛି। ଭାନୁଆଟୁ (୧୬୪) ଏବଂ ମୋଙ୍ଗୋଲିଆ (୧୮୩) ର଼୍ୟାଙ୍କିଙ୍ଗରେ ଭାରତ ତଳେ ଅଛନ୍ତି ।

୨୦୧୮ରେ ମୁମ୍ବାଇରେ ଅନୁଷ୍ଠିତ ଟୁର୍ନାମେଣ୍ଟର ପ୍ରଥମ ସିଜନରେ ଭାରତ ଟାଇଟଲ୍ ଜିତିଥିଲା । କିନ୍ତୁ ୨୦୧୯ରେ ଅହମ୍ମଦାବାଦରେ ଅନୁଷ୍ଠିତ ଗତ ସଂସ୍କରଣରେ ନିରାଶାଜନକ ପ୍ରଦର୍ଶନ ସହ ଚତୁର୍ଥ ତଥା ଶେଷ ସ୍ଥାନରେ ରହିଥିଲା ।

Exit mobile version