Site icon ଆଜିକାଲି

ବାରାଣସୀରେ ହେବ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ

ବାରାଣସୀ : ଉତ୍ତରପ୍ରଦେଶରେ ଖୁବ ଶୀଘ୍ର ଅନ୍ୟ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଉପହାର ପାଇବାକୁ ଯାଉଛି। ବାରାଣାସୀରେ ନିର୍ମାଣ ହେବାକୁ ଥିବା ବାରାଣସୀ କ୍ରିକେଟ ଷ୍ଟାଡିୟମର କାର୍ଯ୍ୟ ଆରମ୍ଭ ହୋଇଛି। ନିର୍ମାଣ କାର୍ଯ୍ୟ ଲାରସେନ ଆଣ୍ଡ ଟୁବ୍ରୋ ଗ୍ରହଣ କରିଛି। ନିର୍ମାଣ କାର୍ଯ୍ୟ ପ୍ରାୟ ୩୦ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।

କାନପୁର ଏବଂ ଲକ୍ଷ୍ନେ ପରେ ବାରାଣାସୀ ଉତ୍ତରପ୍ରଦେଶର ତୃତୀୟ ଷ୍ଟାଡିୟମ ହେବ। ବାରାଣସୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯିବ। କାନପୁରରେ ଗ୍ରୀନ ପାର୍କ ଏବଂ ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମ ଅଛି ।

ଉତ୍ତରପ୍ରଦେଶ କ୍ରିକେଟ ଆସୋସିଏଶନ (ୟୁପିସିଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଙ୍କିତ ଚାଟାର୍ଜୀ ମଙ୍ଗଳବାର କହିଛନ୍ତି ବାରାଣସୀ କ୍ରିକେଟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଲାରସେନ ଆଣ୍ଡ ଟୁବ୍ରୋ ଗ୍ରହଣ କରିଛି। ଷ୍ଟାଡିୟମ ନିର୍ମାଣ ପାଇଁ ଲାରସେନ ଆଣ୍ଡ ଟୁବ୍ରୋକୁ ୩୩୧ କୋଟି ଟଙ୍କା ଏବଂ ଜିଏସଟି ଅତିରିକ୍ତ ଦେୟ ପ୍ରଦାନ କରାଯିବ। ଡିସେମ୍ବର ୨୦୨୫ ସୁଦ୍ଧା କମ୍ପାନୀ ଷ୍ଟାଡିୟମ ନିର୍ମାଣ ଶେଷ କରିବ। ସେ କହିଛନ୍ତି ୟୁପି ସରକାରଙ୍କ ଠାରୁ ପ୍ରାୟ ୩୧ ଏକର ଜମି ଅଧିଗ୍ରହଣ ହୋଇସାରିଛି। ଜମି ସ୍ତରୀୟ କାର୍ଯ୍ୟ ଚାଲିଛି ।

Exit mobile version