Site icon ଆଜିକାଲି

ସମ୍ଭାବିତ ସାଂପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ମଣିପୁରରେ ୫ ଦିନ ପାଇଁ ଇଣ୍ଟରନେଟ ବନ୍ଦ

ଇମ୍ଫାଲ : ମଣିପୁରରେ ଆଗାମୀ ୫ ଦିନ ଯାଏଁ ଇଣ୍ଟରନେଟ ଡାଟା ବନ୍ଦ ରହିବ । ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଏକ ଭ୍ୟାନକୁ ୩ରୁ ୪ ଜଣ ଯୁବକ ନିଆଁ ଲଗାଇ ଦେବା ପରେ ସମ୍ଭାବିତ ସାଂପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ସରକାର ଏହି ଭଳି ପଦକ୍ଷେପ ନେଇଛନ୍ତି । ସରକାର, ପ୍ରଶାସନ ଓ ପୁଲିସର ପରିସ୍ଥିତି ଉପରେ ନଜର ରହିଛି ।

ସୂଚନାଯୋଗ୍ୟ, ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଶନିବାର ଅପରାହ୍ନ ୩ଟା ୩୫ରେ ଏକ ନିଦ୍ଦିଷ୍ଟ ସଂପ୍ରଦାୟର ୩ରୁ ୪ ଜଣ ଯୁବକ ୨ ନମ୍ବର ଜାତୀୟ ରାଜପଥର ଏକ ଇକୋ ଭ୍ୟାନରେ ନିଆଁ ଲଗାଇ ଦେଇଥିଲେ । ଫୋଉଗାକାଚୋ ଇଖାଲି ଆୱାଙ୍ଗ ଲେଇକାଇ ଅଞ୍ଚଳରେ ଏହି ଅଭାବନୀ ଘଟଣା ଘଟିଥିଲା । ଏହି ଅଗ୍ନିକାଣ୍ଡ ଘଟଣାକୁ କେନ୍ଦ୍ରକରି ବିଷ୍ଣୁପୁରରେ ପିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଘଟଣାସ୍ଥଳରେ ପୁଲିସ ମୁତୟନ ଅଛନ୍ତି । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏହାରି ଉପରେ ନଜର ରଖିଛନ୍ତି ।

Exit mobile version