Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ମୁହାଁମୁହିଁ ହେବେ ବାଙ୍ଗାଲୋର ଓ କୋଲକାତା

ବେଙ୍ଗାଲୁରୁ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୬ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ । ବୁଧବାର ସନ୍ଧ୍ୟା ସାଢେ ୭ଟା ସମୟରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଗତ ୬ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ହୋଇଥିଲା। ଏଥିରେ କୋଲକାତା ବିଜୟୀ ହୋଇଥିଲା । ଫଳରେ ଆଜିର ମ୍ୟାଚରେ ବାଙ୍ଗାଲୋର ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।

ଗୁଜରାଟ ଟାଇଟନ୍ସକୁ ହରାଇବା ପରେ କୋଲକାତା କ୍ରମାଗତ ଭାବେ ୪ଟି ମ୍ୟାଚରେ ପରାଜିତ ହୋଇଛି । ବିଜୟ ପାଇଁ ବ୍ୟାକୁଳତାର ସହ ଅପେକ୍ଷା କରିଥିବା କୋଲକାତା ଆଜି ବାଙ୍ଗାଲୋରକୁ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରିବ । ଉଭୟ ଦଳର ପୂର୍ବ ରେକର୍ଡକୁ ଦେଖିଲେ କୋଲକାତାର ପଲା ଭାରି ରହିଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ କୋଲକାତା ୧୭ଟି ମ୍ୟାଚ୍‌ ଜିତିଥିବାବେଳେ ବାଙ୍ଗାଲୋର ୧୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ।

Exit mobile version