Site icon ଆଜିକାଲି

ଆଇପିଏଲ-୨୦୨୩ : ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କଲା ବାଙ୍ଗାଲୋର

ହାଇଦ୍ରାବାଦ : ହାଇଦ୍ରାବାଦ ଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୫ତମ ମ୍ୟାଚରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮୬ ରନ୍ କରିଥିଲା। ବିରାଟ ଓ ଫାପ୍‌ ଡୁପ୍ଲେସିସ୍‌ଙ୍କ କମାଲ। ଜବରଦସ୍ତ ବ୍ୟାଟିଂ କରି ଜିତିଲା ବାଙ୍ଗାଲୋର। ଦ୍ବିତୀୟ ପାଳିରେ ବାଙ୍ଗାଲୋର ୧୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୯,୨ ଓଭରରେ ୨ ୱିକେଟ ହରାଇ ୧୮୭ ରନ୍‌ କରି ବିଜୟୀ ହୋଇଛି ।

ଆଜି ବାଙ୍ଗାଲୋର ପକ୍ଷରୁ ବ୍ୟାଟିଂ ଆସିଥିବା ଫାପ୍ ଡୁପ୍ଲେସିସ୍ ଓ ବିରାଟ କୋହଲିଙ୍କ ବ୍ୟାଟିଂ ଖୁବ ଚମତ୍କାର ଥିଲା। ଓପନିଂ ଆସିଥିବା ଦୁଇ ବ୍ୟାଟର ପଡ଼ିଆର ସବୁ କୋଣକୁ ବଡ଼ ବଡ଼ ଶଟ୍ ମାରି ଦଳକୁ ବିଜୟ ଅଭିମୁଖେ ନେଇଯାଇଥିଲେ। ବିରାଟ କୋହଲି ସର୍ବାଧିକ ମାତ୍ର ୬୩ ବଲ୍‌ରେ ଶତକ ହାସଲ କରିଥିବା ବେଳେ ଡୁପ୍ଲେସିସ୍‌ ୪୭ ବଲ୍‌ରେ ୭୧ ରନ୍ କରି ଆଉଟ୍ ହୋଇଥିଲେ। ବିରାଟ କୋହଲି ଶତକ ହାସଲ କରିବା ପରେ ୧୭.୫ ଓଭରରେ ଆଉଟ୍ ହୋଇଥିଲା। ଫଳରେ ଦଳର ପ୍ରଥମ ୱିକେଟ୍ ପଡ଼ିଥିଲା। ଏହାପରେ ୧୮.୨ ଓଭରରେ ଡୁପ୍ଲେସିସ୍‌ଙ୍କ ୱିକେଟ୍ ଯାଇଥିଲା। ସେତେବେଳେର ଦଳର ସ୍ଥିତି ୨ ୱିକେଟ୍ ହରାଇ ୧୭୭ ରନ୍‌ ଥିଲା। ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ଗ୍ଲେନ୍ ମାକ୍ସୱେଲ୍ ଓ ମାଇକେଲ ବ୍ରାସ୍‌ୱେଲ୍‌। ଦୁଇ ଜଣ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳକୁ ମ୍ୟାଚ୍ ଜିତାଇଥିଲେ। ବାଙ୍ଗାଲୋର ନିର୍ଦ୍ଧାରିତ ୧୯.୨ ଓଭରରେ ୨ ୱିକେଟ ହରାଇ ୧୮୭ ରନ୍ ହାସଲ କରିନେଇଛି।

FacebookTwitterLinkedinWhatsapp
Exit mobile version