Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ଚେନ୍ନାଇ ଓ ଲକ୍ଷ୍ନୌ ମୁକାବିଲା

ଚେନ୍ନାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ର ସୋମବାର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଖେଳାଯିବ । ଏହା ଉଭୟ ଦଳର ଦ୍ୱିତୀୟ ମ୍ୟାଚ ।

ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଗୁଜ୍‌ରାଟ ଟାଇଟାନ୍ସଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା । ଏଭଳି ପରିସ୍ଥିତିରେ ଚେନ୍ନାଇ ତା’ର ହୋମ୍‌ ଗ୍ରାଉଣ୍ଡରେ ଲକ୍ଷ୍ନୌଠାରୁ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିବ। ଅନ୍ୟପକ୍ଷରେ ଲକ୍ଷ୍ନୌ ଏକ ଭଲ ଆରମ୍ଭ କରିଛି। କେ.ଏଲ୍‌. ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହିତ ଲକ୍ଷ୍ନୌର ଆତ୍ମାବିଶ୍ୱାସ ବଢ଼ିବା ସହ ଚେନ୍ନାଇକୁ ହରାଇ କ୍ରମାଗତ ଦ୍ୱିତୀୟ ମ୍ୟାଚ ଜିତିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି। ମ୍ୟାଚ୍‌ର ଲାଇଭ ଟେଲିକାଷ୍ଟ ବିଭିନ୍ନ ଭାଷାରେ ଷ୍ଟାର୍‌ ସ୍ପୋର୍ଟସ ନେଟ୍‌ୱର୍କର ବିଭିନ୍ନ ଚ୍ୟାନେଲରେ କରାଯିବ। ଏପରିକି ଜିଓ ସିନେମା ଆପ୍‌ରେ ମ୍ୟାଚ୍‌ର ଲାଇଭ ଷ୍ଟ୍ରିମିଂ ଉପଲବ୍ଧ ହେବ।

Exit mobile version