Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ଚେନ୍ନାଇ-ପଞ୍ଜାବ ଓ ମୁମ୍ବାଇ-ରାଜସ୍ଥାନ ମୁକାବିଲା

ଚେନ୍ନାଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ରେ ଆଜି ଡବଲ୍‌ ହେଡର ମ୍ୟାଚ । ରବିବାର ଖେଳାଯିବ ଦୁଇଟି ହାଇ-ଭୋଲଟେଜ୍ ମ୍ୟାଚ । ପ୍ରଥମ ମ୍ୟାଚ୍ ସାଢେ ୩ଟାରେ ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଏବଂ ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଖେଳାଯିବ ।

ରବିବାର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଓ ପଞ୍ଜାବ କିଙ୍ଗସ୍ ମୁହାଁମୁହିଁ ହେବେ । ଚଳିତ ସିଜନରେ ପ୍ରଥମ କରି ଉଭୟ ଦଳ ପରସ୍ପରକୁ ଭେଟୁଛନ୍ତି । ସୁପରକିଙ୍ଗ୍‌ସ ଶେଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ସେହିପରି ପଞ୍ଜାବ କିଙ୍ଗ୍‌ସ ଦିନକ ତଳେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଠାରୁ ପରାଜିତ ହୋଇଛି । ବର୍ତ୍ତମାନ ଉଭୟ ଦଳ ବିଜୟ ଧାରାକୁ ଫେରିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି । ଫଳରେ ରବିବାର ଏହି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବା କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି । ଚିପକ ଷ୍ଟାଡିୟମର ପିଚ୍‌ ସ୍ପିନରଙ୍କୁ ସହାୟତା କରିବ । ଫଳରେ ଉଭୟ ଦଳ ଏକାଧିକ ସ୍ପିନ ବିକଳ୍ପ ସହ ଓହ୍ଲାଇବେ । ହରପ୍ରୀତ ବ୍ରାର ପୁନର୍ବାର ଏକାଦଶକୁ ଫେରିବା ଆଶା କରଯାଉଛି । ସୁପରକିଙ୍ଗ୍‌ସ ଏକାଦଶରେ ପରିବର୍ତ୍ତନ କରିବ ନାହିଁ । ମହୀଶ ତୀକ୍ଷଣା ଓ ରବିନ୍ଦ୍ର ଜାଡେଜାଙ୍କ ସହ ମୋଇନ ଅଲି ସ୍ପିନ ବିଭାଗ ସମ୍ଭାଳିବେ ।

ସେପଟେ ଦ୍ବିତୀୟ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଟକ୍କର ହେବ । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଏପର୍ଯ୍ୟନ୍ତ ଖରାପ ପ୍ରଦର୍ଶନ ରହିଛି। ମୋଟ୍ ୭ଟି ମ୍ୟାଚ୍ ଖେଳି ମାତ୍ର ୩ଟିରେ ବିଜୟ ଲାଭ କରିଛି । ବୁମରାଙ୍କ ଅନୁପସ୍ଥିତିରେ ଦଳର ବୋଲିଂ ଦୁର୍ବଳ ରହିଛି । ତେବେ ଆଜିର ମ୍ୟାଚ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । ଆଜିର ମ୍ୟାଚ୍ ଜିତି ପ୍ଲେ ଅପ୍ ପାଇଁ ଚେଷ୍ଟା କରିବ ।

Exit mobile version