Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁକାବିଲା

ଚେନ୍ନାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୩ର ୨୯ତମ ମ୍ୟାଚରେ ଘରୋଇ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବ । ଚିପକ ଷ୍ଟାଡିୟମ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏହି ମ୍ୟାଚ୍‌ ଖେଳାଯିବ । ଚଳିତ ସିଜନରେ ସୁପରକିଙ୍ଗ୍‌ସ ଶୁକ୍ରବାର ଘରୋଇ ଗ୍ରାଉଣ୍ଡ୍‌ରେ ତୃତୀୟ ମ୍ୟାଚ ଖେଳିବ । ତେଣୁ ସନରାଇଜର୍ସ ବିପକ୍ଷରେ ଆଧିପତ୍ୟ ଜାରି ରଖି ସୁପରକିଙ୍ଗ୍‌ସ ପଏଣ୍ଟ ସଂଖ୍ୟା ବୃଦ୍ଧି କରିବାକୁ ପ୍ରୟାସ କରିବ ।

ପୂର୍ବ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହେବା ପରେ ସନରାଇଜର୍ସ ମଧ୍ୟ ବିଜୟଧାରାକୁ ଫେରିବା ପାଇଁ ତତ୍ପର । ମାତ୍ର ଏହା ପୂର୍ବରୁ ଅନେକ ତ୍ରୁଟି ସୁଧାରିବାକୁ ପଡ଼ିବ । ଚିପକ ଷ୍ଟାଡିୟମ୍‌ ପିଚ୍‌ ସ୍ପିନରଙ୍କୁ ସହାୟତା କରିବ । ଏଠାରେ ଖେଳାଯାଇଥିବା ୨ଟି ମ୍ୟାଚ୍‌ରୁ ସ୍ପିନରମାନେ ୧୬ଟି ଓ ପେସ ବୋଲରମାନେ ୧୧ଟି ୱିକେଟ୍‌ ନେଇଛନ୍ତି । ସୁପରକିଙ୍ଗ୍‌ସ ଦଳରେ ରବିନ୍ଦ୍ର ଜାଡେଜ, ମୋଇନ ଅଲି ଓ ମହୀଶ ତୀକ୍ଷଣା ସ୍ପିନ ବିଭାଗ ସମ୍ଭାଳୁଛନ୍ତି । ସନରାଇଜର୍ସ ଦଳରେ ୱାସିଂଟନ ସୁନ୍ଦର ଓ ମୟଙ୍କ ମାର୍କଣ୍ଡେ ରହିଛନ୍ତି । ଅଭିଷେକ ଶର୍ମା, ଅବଦୁଲ ସମଦ ଓ ଅଧିନାୟକ ଆଡେନ ମାରକ୍ରମ ସ୍ପିନ ବୋଲିଂ କରିବାର କ୍ଷମତା ରଖିଛନ୍ତି । ଶୁକ୍ରବାର ମ୍ୟାଚ୍‌ରେ ଜୋରଦାର ସ୍ପିନ ଲଢେଇ ଦେଖିବାକୁ ମିଳିବ ।

Exit mobile version