Site icon ଆଜିକାଲି

ଆଇପିଏଲ୍ ୨୦୨୩ : ଫାଇନାଲରେ ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ଗିଲ୍‌ଙ୍କ ଉପରେ ସଭିଙ୍କ ନଜର

ଅହମ୍ମଦାବାଦ: ରିଜର୍ଭ ଡେ’ରେ ଆଜି ଖେଳା ଯାଉଛି ଆଇପିଏଲ୍ ୨୦୨୩ର ଫାଇନାଲ ମ୍ୟାଚ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ଲଢେଇ । ସଂଧ୍ୟା ୭ଟା ୩୦ମିନିଟକରୁ ଖେଳ ଆରମ୍ଭ ହେବ । ଏନେଇ ସମସ୍ତ ପ୍ରସ୍ତୁତ ଶେଷ ହୋଇଛି। ରବିବାର ବର୍ଷା ଖେଳରେ ବାଧକ ସାଜିଥିଲା । ପ୍ରବଳ ବର୍ଷା ଯୋଗୁ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଥିଲା । ତେଣୁ ଫାଇନାଲ ମୁକାବିଲା ପାଇଁ ଗୋଟିଏ ରିଜର୍ଭ ଡେ’ ରହିଥିବାରୁ ଆଜି ଖେଳାଯିବ ମ୍ୟାଚ୍ । ମ୍ୟାଚ୍‌ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ଗତକାଲି ପ୍ରବଳ ବର୍ଷା ଯୋଗୁ ପଡ଼ିଆ ପାଣି ଭର୍ତ୍ତି ହୋଇଯାଇଥିଲା । ବର୍ଷା ଛଡିଲା ପରେ ପାଣିକୁ ଶୁଖାଇବକୁ ପ୍ରାୟ ୧ଘଣ୍ଟା ଲାଗିଥିଲା । ଏପରି କି ୫ ଓଭର ବିଶିଷ୍ଟ ମ୍ୟାଚ ଖେଳିବାକୁ ଚିନ୍ତା କରାଯାଇଥିଲା, ହେଲେ ଆଉଟ୍ ଫିଲ୍ଡ ଶୁଖିନଥିବାରୁ ମ୍ୟାଚକୁ ରିଜର୍ଭ ଡେ’କୁ ପରିବର୍ତ୍ତନ କରାଯାଇଥିଲା । ମ୍ୟାଚ୍‌ ରେଫରୀ ସ୍ଥିତି ସମୀକ୍ଷା ପରେ ଅମ୍ପାୟାର ମାନଙ୍କ ସହ ଆଲୋଚନା କରି ରାତି ୧୦.୫୨ ମିନିଟରେ ମ୍ୟାଚ୍‌କୁ ସ୍ଥଗିତ ଘୋଷଣା କରିଥିଲେ ।

ଆଜି ସଂଧ୍ୟାରେ ହେବ ମହାମୁକାବିଲା । ସିଏକସେ ଓ ଜିଟି ମଧ୍ୟରେ ଟକ୍କର ହେବ । ୪ଥର ଚାମ୍ପିଅନ ଟିମ୍ ଚେନ୍ନାଇକୁ ମାତ୍ ଦେବାକୁ ଡିଫେଣ୍ଡିଂ ଚାମ୍ପିଅନ ରଣନୀତି ପ୍ରସ୍ତୁତ କରିଛି । ଗତକାଲି ପ୍ରବଳ ବର୍ଷା ହୋଇଥିବା ପଡ଼ିଆ ସାମାନ୍ୟ ଧିମା ରହିବ । ଏହା ବୋଲରଙ୍କୁ ସୁହାଆଇବ । ଉଭୟ ଦଳ ବୋଲର ଟପ୍ ଫର୍ମରେ ରୋମାଞ୍ଚକର ହେବ ମ୍ୟାଚ୍ । ସେହିପରି ମହମ୍ମଦ ସାମି ଓ ସୁପରକିଙ୍ଗ୍‌ସ ଓପନରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । ସାମି ଇତି ମଧ୍ୟରେ ଡେଭନ କନୱେଙ୍କୁ ୩ଥର ଆଉଟ୍‌ କରିସାରିଛନ୍ତି । ମହମ୍ମଦ ସାମି ୧୬ଟି ମ୍ୟାଚରୁ ୨୮ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେପଟେ ସିଏସକେ ବୋଲର ପଥିରାନାଙ୍କ ସହିତ ଟାଇଟନ୍ସ ଓପନରଙ୍କ ମଧ୍ୟରେ ଲଢେଇ ହେବ । ତେବେ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।

Exit mobile version