Site icon ଆଜିକାଲି

ଆଇପିଏଲ-୨୦୨୩ : ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ହାଇଦ୍ରାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୪ତମ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ୍‌ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ବିଜୟ ଆବଶ୍ୟକ। ଦିଲ୍ଲୀ ଦଳ ପଏଣ୍ଟ ଟେବୁଲର ତଳେ ଅଛି । ୬ ଟି ମ୍ୟାଚରେ ଦଳ କେବଳ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ବିଷୟରେ କହିବାକୁ ଗଲେ ଦଳ ୨ ମ୍ୟାଚ ଜିତିଛି। ଯଦିଓ ଦଳର ଅବସ୍ଥା ଦିଲ୍ଲୀ ଅପେକ୍ଷା ଭଲ। ଏଭଳି ପରିସ୍ଥିତିରେ ଉଭୟ ଦଳ ବିଜୟ ଆଶା କରୁଛନ୍ତି। ଏହା ପରିପ୍ରେକ୍ଷୀରେ ଦିଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ୍‌।

ଏହି ମ୍ୟାଚ ଦିଲ୍ଲୀ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଦଳ ୬ ଟି ମ୍ୟାଚ ଖେଳି ସାରିଛି। ଦଳର ମାତ୍ର ୨ ପଏଣ୍ଟ ରହିଛି। ଦଳର ୮ଟି ମ୍ୟାଚ ବାକି ଅଛି । ଯଦି ଦଳ ସମସ୍ତ ମ୍ୟାଚ ଜିତେ, ତେବେ ଏହା ୧୮ ପଏଣ୍ଟ ସ୍କୋର କରିବାରେ ସକ୍ଷମ ହେବ। ଗତ ସିଜିନରେ ଚାରି ନମ୍ବର ସ୍ଥାନରେ ଥିବା ଦଳର ପଏଣ୍ଟ ୧୬ ଥିଲା।ଏଭଳି ପରିସ୍ଥିତିରେ କୁହାଯାଇପାରେ ଯଦି ଦିଲ୍ଲୀ ି ହାରିଯାଏ, ତେବେ ପରବର୍ତ୍ତୀ ଲିଗର ଯାତ୍ରା କଷ୍ଟସାଧ୍ୟ ହେବ।

ଦିଲ୍ଲୀ ସହିତ ହାଇଦ୍ରାବାଦର ଅବସ୍ଥା ମଧ୍ୟ ଖରାପ ରହିଛି। ୬ ଟି ମ୍ୟାଚରେ ଦଳ ମାତ୍ର ୨ ଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ସେଥିପାଇଁ ଦଳ ଆଉ ଗୋଟିଏ ପରାଜୟର ସମ୍ମୁଖୀନ ହୋଇପାରେ। ଅନ୍ୟଥା, ଦଳ ପାଇଁ କର ବା ମର ପରିସ୍ଥିତି ଉପୁଜିବ।

Exit mobile version