Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ଗୁଜରାଟ-ଲକ୍ଷ୍ନୌ ଓ ମୁମ୍ବାଇ-ପଞ୍ଜାବ ମୁକାବିଲା

ଲକ୍ଷ୍ନୌ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)-୨୦୨୩ରେ ଶନିବାର ଡବଲ୍‌ ହେଡର ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍ ଅପରାହ୍ନ ସାଢେ ୩ଟାରେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟରେ ଲଢେଇ । ସେହିପରି ଦ୍ବିତୀୟ ମ୍ୟାଚ୍ ସନ୍ଧ୍ୟା ସାଢେ ୭ଟାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଟକ୍କର ।

ଆଇପିଏଲର ୩୦ତମ ମ୍ୟାଚରେ ସୁପର ଜାଏଣ୍ଟ୍‌ସ ପ୍ରଥମ କରି ଘରୋଇ ଗ୍ରାଉଣ୍ଡ୍‌ରେ ଟାଇଟନ୍ସକୁ ଭେଟିବାକୁ ଯାଉଥିବାରୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଡିଫେଣ୍ଡିଂ ଚାମ୍ପିଅନ ଟାଇଟନ୍ସ ଦଳ ବିଜୟ ଧାରାକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି । ସୁପର ଜାଏଣ୍ଟ୍‌ସ ୬ଟି ମ୍ୟାଚ୍‌ ଖେଳି ୪ ବିଜୟ ସହ ମୋଟ୍‌ ୮ ପଏଣ୍ଟ ପାଇ ପଏଣ୍ଟ ତାଲିକାରେ ଦଳ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ଗୁଜରାଟ ଟାଇଟନ୍ସ ଦଳ ୫ଟି ମ୍ୟାଚ୍‌ରୁ ୩ ବିଜୟ ସହ ୬ ପଏଣ୍ଟ ହାସଲ କରିଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ ଓ ଉଭୟ ମ୍ୟାଚ୍‌ରେ ଟାଇଟନ୍ସ ବିଜୟୀ ହୋଇଥିଲା । ଆଜିର ମ୍ୟାଚରେ ପୁଣି ଥରେ ଆଧିପତ୍ୟ ଜାରି କରିବାକୁ ପ୍ରୟାସ କରିବ ଦଳ। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସୁପର ଜାଏଣ୍ଟ୍‌ସ ରେଡ୍ ପିଚ୍‌ ପ୍ରସ୍ତୁତ କରି ବିଜୟୀ ହୋଇଥିଲା । ମାର୍କ ଉଡ୍‌ଙ୍କ ଘାତକ ବୋଲିଂର ମୁକାବିଲା କରିପାରି ନଥିଲେ ଦିଲ୍ଲୀ ବ୍ୟାଟର । ସେହିପରି ସନରାଇଜର୍ସ ବିପକ୍ଷରେ କଳା ମାଟିର ପିଚ୍‌ ପ୍ରସ୍ତୁତ ହୋଇଥିଲା ଏବଂ ସ୍ପିନରମାନେ ଘାତକ ସାବ୍ୟସ୍ତ ହୋଇଥିଲେ । ଶନିବାର ଟାଇଟନ୍ସ ପାଇଁ ସୁପର ଜାଏଣ୍ଟ୍‌ସ ଏକ ନୂଆ ପିଚ୍‌ ପ୍ରସ୍ତୁତ କରିଛି ।

ସେପଟେ ଆଇପିଏଲର ୩୧ତମ ମ୍ୟାଚ୍ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖେଡେରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ୍ । ମୁମ୍ବାଇ ଲଗାତାର ୩ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଖେଳାଳିଙ୍କ ମନବଳ ଦୃଢ ହୋଇଛି । ଅଜିର ମ୍ୟାଚ୍ ଜିତି ଚତୁର୍ଥ ସ୍ଥାନ ଅଧିକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ରୋହିତ୍-ଆଣ୍ଡ-କୋ । ସେହିପରି ପଞ୍ଜାମ କିଙ୍ଗସ ମଧ୍ୟ କ୍ବାଲିଫାୟାର ପାଇଁ ଲଢେଇ ଜାରିରଖିବ ।

Exit mobile version