Site icon ଆଜିକାଲି

ଆଇପିଏଲ-୨୦୨୩ : ଆଜି ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

ଅହମ୍ମଦାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୩ର ୩୫ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ମଙ୍ଗଳବାର ସନ୍ଧ୍ୟା ସାଢେ ୭ଟା ସମୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଏହି ମ୍ୟାଚ ଖେଳାଯିବ । ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ଶେଷ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ ଠାରୁ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଛି । ଗୁଜରାଟ ଟାଇଟନ୍ସ ମୋଟ୍ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟ ଲାଭ କରିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ବର୍ତ୍ତମାନ ସୁଧା ୬ଟି ମ୍ୟାଚ୍ ଖେଳି ୩ଟିରେ ଜିତିଛି।

ଲକ୍ଷ୍ୟ ହାସଲ କରିବାରେ ଅସମର୍ଥ ଥିବାରୁ ଗୁଜରାଟକୁ ଏହି ସିଜିନରେ ସମାଲୋଚନା କରାଯାଉଛି। ତେବେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷ ଶେଷ ମ୍ୟାଚରେ ମୋହିତ ଶର୍ମାଙ୍କ ଚମତ୍କାର ଓଭର ଦ୍ୱାରା ସାତ ରନରେ ବିଜୟ ହାସଲ କରିଥିଲା। ମୋହିତ ତାଙ୍କର ବିଭିନ୍ନ ରେନ୍ଥର ବୋଲିଂ ସହାୟତାରେ ଶେଷ ଓଭରରେ ୧୨ ରନ ରକ୍ଷା କରିଥିଲେ ଏବଂ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।

ଗୁଜରାଟ ଟାଇଟାନ୍ସ ସମ୍ଭାବ୍ୟ ଏକାଦଶ : ରିଦ୍ଧିମାନ ସାହା (ଓ୍ବିକେଟ କିପର), ଶୁଭମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଅଭିନାଭ ମନୋହର, ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ମହମ୍ମଦ ଶାମି, ଅଲଜାରି ଜୋସେଫ, ମୋହିତ ଶର୍ମା ରହିଛନ୍ତି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ (ୱିକେଟ କିପର), କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ଟିମ ଡେଭିଡ, ତିଲକ ଭର୍ମା, ଅର୍ଜୁନ ତେନ୍ଦୁଲକର, ହ୍ରିତିକ ଶୋକିନ, ଜୋଫ୍ରା ଆର୍ଚ୍ଚର, ପୀୟୁଷ ଚାୱଲା, ଜେସନ ବେହେରେଣ୍ଡର୍ଫ ପ୍ରମୁଖ ଅଛନ୍ତି।

Exit mobile version